ନୂଆଦିଲ୍ଲୀ: ଏବେ କୋରୋନାର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତାରେ ଦେଶବାସୀ । ଦେଶରେ କିଛିଦିନ ତଳେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ହ୍ରାସ ପାଉଥିବା ବେଳେ ଏବେ ପୁଣି ଏଥିରେ ବୃଦ୍ଧି ହେଉଥିବା ଦେଖାଯାଉଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଦେଶରେ ଗତ 24 ଘଣ୍ଟା ମଧ୍ୟରେ 16,488 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 113 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହା ସହ ମୋଟ ପଜିଟିଭ ସଂଖ୍ୟା 1 କୋଟି 10 ଲକ୍ଷ 79 ହଜାର 979କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା 1 ଲକ୍ଷ 56 ହଜାର 938କୁ ବୃଦ୍ଧି ପାଇଛି ।
ସେହିପରି ଗତ ୨୪ ଘଣ୍ଟାରେ 12,771 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏଯାବତ ମୋଟ ୧ କୋଟି ୦7 ଲକ୍ଷ ୭୮ ହଜାର ୦୪୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। 1 ଲକ୍ଷ 59 ହଜାର 590 ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ତେବେ ଦେଶରେ ଟୀକାକରଣ ଆରମ୍ଭ ହୋଇଥିବା ବେଳେ ଏଯାବତ 1,42,42,547 ଜଣ ଟିକା ନେଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ମିଳିଛି ।
@ANI