ETV Bharat / bharat

ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧୫୧ ଦକ୍ଷ ପୋଲିସ ଅଧିକାରୀଙ୍କୁ ଦିଆଯିବ ଉତ୍କର୍ଷ ପଦକ, ତାଲିକାରେ ଓଡ଼ିଶାର ୪ ଅଧିକାରୀ

author img

By

Published : Aug 12, 2022, 4:13 PM IST

ତଦନ୍ତରେ ଉତ୍କର୍ଷତା ଯୋଗୁଁ ସମ୍ମାନିତ ହେବେ ୧୫୧ ଦକ୍ଷ ପୋଲିସ ଅଧିକାରୀ । ସେଥିମଧ୍ୟରେ ଓଡ଼ିଶାର ୪ ଜଣ ଦକ୍ଷ ଅଧିକାରୀ ସାମିଲ ରହିଛନ୍ତି । ଅଧିକ ପଢ଼ନ୍ତୁ

ଗୃହ ମନ୍ତ୍ରଣାଳୟରୁ ଉତ୍କର୍ଷ ପଦକ ପାଇବେ ୧୫୧ ଦକ୍ଷ ପୋଲିସ ଅଧିକାରୀ, ତାଲିକାରେ ଓଡ଼ିଶାର ୪ ଅଧିକାରୀ

ନୂଆଦିଲ୍ଲୀ: ତଦନ୍ତରେ ଉତ୍କର୍ଷତା ଯୋଗୁଁ ସମ୍ମାନିତ ହେବେ ୧୫୧ ପୋଲିସ ଅଧିକାରୀ । ସେମାନଙ୍କ ମଧ୍ୟରେ ୨୮ ଜଣ ମହିଳା ଅଧିକାରୀ ରହିଥିବା ବେଳେ ଓଡ଼ିଶାର ୪ ଜଣ ଦକ୍ଷ ପୋଲିସ ଅଧିକାରୀ ଏହି ତାଲିକାରେ ରହିଛନ୍ତି । ପ୍ରତି ବର୍ଷ ଅଗଷ୍ଟ ୧୨ ତାରିଖରେ ଏଭଳି ପୋଲିସ ଅଧିକାରୀଙ୍କ ନାମ ଘୋଷଣା କରିଥାଏ କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଏହି ଦକ୍ଷ ପୋଲିସ ଅଧିକାରୀଙ୍କୁ ସମ୍ମାନିତ କରାଯିବ ।

ସୂଚନା ଅନୁଯାୟୀ, ଓଡ଼ିଶାର ୪ ଜଣ ଦକ୍ଷ ପୋଲିସ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ଜଣେ ଡିଏସପି ଏବଂ ତିନି ଜଣ ଇନ୍ସପେକ୍ଟର । ଓଡିଶାର ଏହି ଦକ୍ଷ ପୋଲିସ ଅଫିସରମାନେ ହେଲେ ଡିଏସ୍‌ପି ସୁମିତ୍ରା ଜେନା, ଇନ୍ସପେକ୍ଟର ଚନ୍ଦ୍ର ଜେନା, ଇନ୍ସପେକ୍ଟର ଅନୁସୂୟା ନାୟକ ଓ ଇନ୍ସପେକ୍ଟର ରମେଶ ଚନ୍ଦ୍ର ପ୍ରଧାନ । ଓଡିଶାର ଏହି ଦକ୍ଷ ପୋଲିସ ଅଧିକାରୀଙ୍କୁ ତଦନ୍ତରେ ଉତ୍କର୍ଷତା ନିମନ୍ତେ ସମ୍ମାନିତ କରାଯିବ ।

୨୦୧୮ ମସିହାରୁ ଏହି ପଦକ ପ୍ରଦାନ କରାଯାଉଛି । ପୋଲିସ ଅନୁସନ୍ଧାନର ମାନବୃଦ୍ଧି ସହ ପୋଲିସ କର୍ମୀଙ୍କ ତଦନ୍ତ ପାଇଁ ପ୍ରେରଣା ଯୋଗାଇ ଦେବାକୁ ଏଭଳି ପଦକରେ ସମ୍ମାନିତ କରାଯାଉଛି । ୧୫୧ ଜଣ ଅଧିକାରୀଙ୍କ ମଧ୍ୟରେ ସିବିଆଇର ସର୍ବାଧିକ ୧୫ ଜଣ ଅଧିକାରୀ ସାମିଲ ରହିଛନ୍ତି । ସେହିଭଳି ମହାରାଷ୍ଟ୍ର ପୋଲିସର ୧୧ ଜଣ ଓ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ୧୦ ଜଣ ଲେଖାଁଏ ଦକ୍ଷ ପୋଲିସ ଅଧିକାରୀ ସମ୍ମାନିତ ହେବେ ।

କେରଳ, ରାଜସ୍ଥାନ ଓ ପଶ୍ଚିମବଙ୍ଗର ୮ ଜଣ ଲେଖାଏଁ ଦକ୍ଷ ପୋଲିସ ଅଧିକାରୀ ଉତ୍କର୍ଷ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବିହାରରୁ ୭ ଜଣ, ଗୁଜୁରାଟ, କର୍ଣ୍ଣାଟକ ଓ ଦିଲ୍ଲୀରୁ ୬ ଜଣ ଲେଖାଏଁ ଦକ୍ଷ ପୋଲିସ ଅଧିକାରୀ ତାଲିକାରେ ସାମିଲ ହୋଇଛନ୍ତି । ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ତେଲେଙ୍ଗାନା, ଜାତୀୟ ତଦନ୍ତକାରୀ ସଂସ୍ଥା(NIA), ନିଶା ନିୟନ୍ତ୍ରଣ ବ୍ୟୁରୋ( Narcotics Control Bureau)ରୁ ୫ ଜଣ ଲେଖାଏଁ ଦକ୍ଷ ପୋଲିସ ଅଧିକାରୀ ଉତ୍କର୍ଷ ପଦକ ପାଇବେ । ଓଡ଼ିଶା, ଆସାମ ଓ ହରିୟାଣାରୁ ୪ ଜଣ ଲେଖାଁଏ ଦକ୍ଷ ପୋଲିସ ଅଧିକାରୀ ଉତ୍କର୍ଷ ପଦକ ପାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.