ETV Bharat / bharat

ରତ୍ନଗିରି ସମୁଦ୍ରରୁ ଏକ ବିରଳ ଶାଙ୍କୁଚ ଉଦ୍ଧାର, ଓଜନ 150 କିଲୋଗ୍ରାମ

ମହାରାଷ୍ଟ୍ର ରତ୍ନଗିରିରେ ସମୁଦ୍ରରୁ ଏକ ବିରଳ ପ୍ରଜାତିର ଶାଙ୍କୁଚ ମାଛ ଉଦ୍ଧାର ହୋଇଛି । ଯାହାର ଓଜନ 150 କିଲୋଗ୍ରାମ ହୋଇଥିବା ବେଳେ ଏହାର ଉଚ୍ଚତା 6 ଫୁଟରୁ 7 ଫୁଟ ହେବ ବୋଲି କୁହାଯାଇଛି । ଅଧିକ ପଢନ୍ତୁ...

ରତ୍ନଗିରି ସମୁଦ୍ରରୁ ଏକ ବିରଳ ଶାଙ୍କୁଚ ଉଦ୍ଧାର, ମାଛର ଓଜନ 150 କିଲୋଗ୍ରାମ

author img

By

Published : May 26, 2021, 1:05 PM IST

ମୁମ୍ବାଇ: ମହାରାଷ୍ଟ୍ର ରତ୍ନଗିରିରେ ସମୁଦ୍ରରୁ ଏକ ବିରଳ ପ୍ରଜାତିର ଶାଙ୍କୁଚ ମାଛ ଉଦ୍ଧାର ହୋଇଛି । ଯାହାର ଓଜନ 150 କିଲୋଗ୍ରାମ ।

ସୂଚନା ଅନୁଯାୟୀ ଘୂର୍ଣ୍ଣିବଳୟ ହେତୁ ରତ୍ନଗିରି ସହର ନିକଟ କାଲବାଡେଭିର ଜଣେ ମତ୍ସ୍ୟଜୀବୀ ସମୁଦ୍ର କୂଳ ଠାରୁ ଅଳ୍ପ ଦୂରରେ ମାଛ ଧରୁଥିଲେ । ହଠାତ୍ ସେମାନଙ୍କ ଜାଲରେ ଏହି ବିରଳ ମାଛ ପଡ଼ିଥିଲା । ଏହି ମାଛର ଆକାର ଏତେ ବଡ଼ ଥିଲା ଯେ, ସମ୍ପୂର୍ଣ୍ଣ ଡାଲା ଅଟୋ ଭର୍ତ୍ତି ହୋଇଯାଇଥିଲା । ଏହି ମାଛର ଓଜନ ପ୍ରାୟ 150 କିଲୋଗ୍ରାମ ହୋଇଥିବା ବେଳେ ଏହାର ଉଚ୍ଚତା 6 ଫୁଟରୁ 7 ଫୁଟ ହେବ ବୋଲି କୁହାଯାଇଛି ।

ତେବେ ରତ୍ନଗିରି କୂଳରେ ପ୍ରଥମ ଥର ପାଇଁ ଏତେ ବଡ ମାଛ ମିଳିଛି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ଏହି ମାଛର ବହୁତ ଚାହିଦା ଥିବା ବେଳେ ଏହାର ବଜାର ମୂଲ୍ୟ କିଲୋଗ୍ରାମ ପାଇଁ 170 ଟଙ୍କା । ପ୍ରକାଶ ପାଇଛି ଯେ, ଏକ ସପ୍ତାହ ପୂର୍ବରୁ ଏକ ବାତ୍ୟାରେ ସମୁଦ୍ର କମ୍ପିତ ହୋଇଥିଲା । ତେଣୁ ଅନୁମାନ କରାଯାଉଛି ଯେ, ଏନେଇ ମାଛ କୂଳକୁ ଆସିଥାଇପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.