ETV Bharat / bharat

ରୋଗ ଅଟକାଇ ପାରିଲାନି ପ୍ରତିଭା, ADHD ପୀଡିତ ବାଳକ ତିଆରି କଲେ ବିଦ୍ୟୁତ୍‌ ଚାଳିତ ସାଇକେଲ - ବିଦ୍ୟୁତ ଚାଳିତ ସାଇକେଲ

ଆଟେନସନ୍ ଡେଫିସିଟ୍ ହାଇପରଆକ୍ଟିଭିଟି ଡିସ୍‌ଅଡର ରୋଗରେ ପୀଡିତ ହୋଇଥିବା ବାଳକ ତିଆରି କରିଲେ ବିଦ୍ୟୁତ ଚାଳିତ ସାଇକେଲ । ଅଧିକ ପଢନ୍ତୁ

kerala boy Sayanth
kerala boy Sayanth
author img

By

Published : Feb 5, 2023, 1:36 PM IST

ଥିରୁଅନନ୍ତପୁରମ: ହାରିଛି ରୋଗ, ଜିତିଛି ମନୋବଳ । ସାଧାରଣତଃ ମାନସିକ ରୋଗୀ କୈଣସି କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇନଥାନ୍ତି କିନ୍ତୁ କେରଳର ଜଣେ ବାଳକ ଅଳ୍ପ ବୟସରେ ଆଟେନସନ୍ ଡେଫିସିଟ୍ ହାଇପରଆକ୍ଟିଭିଟି ଡିସ୍‌ଅଡର୍ ଭଳି ରୋଗରେ ପୀଡିତ ହୋଇ ମଧ୍ୟ ଉଦ୍ଭାବନ କରିବାରେ ସଫଳ ହୋଇଛନ୍ତି ଏକ ବିଦ୍ୟୁତ ଚାଳିତ ସାଇକେଲ ।

କେରଳ କଲିକଟ ଜିଲ୍ଲାର ୧୫ ବର୍ଷୀୟ ବାଳକ ଜି.ଏସ ସାୟନ୍ତ ADHD ରୋଗରେ ପୀଡିତ ହୋଇ ମଧ୍ୟ ଏକ ବିଦ୍ୟୁତ ଚାଳିତ ସାଇକେଲ ତିଆରି କରିଛନ୍ତି । ଯାହାକି ୪ ଘଣ୍ଟା ଚାର୍ଜ କରିଲେ ୯୦ କିଲୋମିଟର ଯାଏଁ ଚାଲିଥାଏ । ସେ କୋଇଲାଣ୍ଡିର ମୋପିଲା ସରକାରୀ ବିଦ୍ୟାଳୟରେ ୧୦ ଶ୍ରେଣୀରେ ପାଠ ପଢନ୍ତି । ଏହାସହ ସେ ଜିଲ୍ଲା ବିଜ୍ଞାନ ମେଳାରେ ମଧ୍ୟ ଦ୍ବିତୀୟ ସ୍ଥାନରେ ରହି ଏ ଗ୍ରେଡ ପାଇଛନ୍ତି ।

କୋଇଲାଣ୍ଡି ନିବାସୀ ଶ୍ରୀଧରନ୍ ଏବଂ ଗୀତାଙ୍କ ଏକ ମାତ୍ର ପୁତ୍ର ହେଉଛନ୍ତି ସାୟନ୍ତ । ଆଟେନସନ୍ ଡେଫିସିଟ୍ ହାଇପରଆକ୍ଟିଭିଟି ଡିସ୍‌ଅଡର୍ ରୋଗରେ ପୀଡିତ ଥିବା ଯୋଗୁଁ ସେ ଆଖପାଖ ଜିନିଷ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିପାରୁନାହାନ୍ତି । କିନ୍ତୁ କିଛି ସମୟରେ କୌଣସି କାର୍ଯ୍ୟକୁ ନେଇ ଚମତ୍କାର କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ: ପିଟି ଉଷାଙ୍କ ଏକାଡେମୀରେ ଗୁଣ୍ଡାଗର୍ଦ୍ଦି, ସାଂସଦ ହେବା ପରେ ଅସୁବିଧା ବଢିଥିବା ଅଭିଯୋଗ

ଏନେଇ ସାୟନ୍ତ କହିଛନ୍ତି, "ମୁଁ ଦ୍ବିତୀୟ ଶ୍ରେଣୀରୁ ସାଇକେଲ ବ୍ୟବହାର କରୁଛି । କିନ୍ତୁ ମୁଁ ଯେତେବେଳେ ସାଇକେଲ ପେଡେଲିଂ କରି କ୍ଲାନ୍ତ ଅନୁଭବ କରିଲି ସେତେବେଳେ ମୁଁ ବିଦ୍ୟୁତ୍‌ ଚାଳିତ ସାଇକେଲ କଥା ଚିନ୍ତା କରିଥିଲି । ଏହାପରେ ମୁଁଁ ମୋର ବାଇସାଇକେଲରୁ ପେଡେଲ ହଟାଇ ବିଦ୍ୟୁତ ଚାଳିତ ସାଇକେଲ କରିବାକୁ ଚିନ୍ତା କରିଲି । ୧୪ ବର୍ଷ ବୟସରେ ମୁଁ ପ୍ରଥମେ ସାଇକେଲର ପେଡେଲକୁ ହଟାଇ ସେହି ସ୍ଥାନରେ ଦୁଇଟି ରଡ ଲଗାଇଥିଲି । ଏହାସହ BLDC ମୋଟର, ବାଇକ ଚେନ, ବ୍ୟାଟେରି ସୁଇଚେସ ସଂଯୋଗ କରିଥିଲି । ଏହାପରେ ମୁଁ ବର୍ତ୍ତମାନ ୪ ଘଣ୍ଟା ଚାର୍ଜ କରି ଏକାଥରେ ୯୦ କିଲୋମିଟର ଯାତ୍ରା କରିପାରୁଛି ।"

ସାଇକେଲ ମରାମତି ଯନ୍ତ୍ର ବ୍ୟବହାର କରି ସେ ବିଦ୍ୟୁତ୍‌ ସାଇକେଲ ତିଆରି କରିବା ଆରମ୍ଭ କରିଥିଲେ । କେତେକ ସମୟରେ ମରାମତି କରୁଥିବା ଲୋକଙ୍କର ମଧ୍ୟ ସାହାଯ୍ୟ ନେଇଥିଲେ । ଏହାପରେ ସେ ନିଜ ପିତାଙ୍କୁ ସାଇକେଲ ପାର୍ଟସ ଆଣିବା ପାଇଁ କହିଥିଲେ । ୱେଲଡିଂ ମେସିନ୍, ଗ୍ରାଇଣ୍ଡର୍, ପ୍ଲାନର୍, ବ୍ଲୋଅର୍, ଡ୍ରିଲିଂ ମେସିନ୍ ଇତ୍ୟାଦି ସାହାଯ୍ୟରେ ସେ ସାଇକେଲ ତିଆରି କରିଥିଲେ । ଆଜିକା ସମୟରେ ସେ କୁକୁର ଗୁହାଳ, କୁକୁଡ଼ା ଆଶ୍ରୟସ୍ଥଳ ଏବଂ ଛୁରୀ ଭଳି ଉପକରଣ ମଧ୍ୟ ତିଆରି କରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.