ETV Bharat / bharat

Muzaffarpur Gang Rape: ମୁଜାଫରପୁରରେ ଲଜ୍ଜା, ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ

ସୀମା ଡେଇଁଲା ପାଶବିକତା । ୧୫ ବର୍ଷିୟ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ନାବାଳିକାଙ୍କୁ ନିଶାଦ୍ରବ୍ୟ ଦେଇ ଅପହରଣ ପରେ କରାଯାଇଛି ଗଣ ଦୁଷ୍କର୍ମ । ଏଭଳି ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ବିହାରର ମୁଜାଫରପୁର(Muzaffarpur district) ଜିଲ୍ଲାରେ । ଅଧିକ ପଢନ୍ତୁ

Muzaffarpur Minor Gang Rape:ମୁଜାଫରପୁର ନାବାଳିକାଙ୍କୁ ନିଶା ଦେଇ ଗଣ ଦୁଷ୍କର୍ମ

author img

By

Published : May 12, 2022, 9:24 AM IST

ପାଟନା: ସୀମା ଡେଇଁଲା ପାଶବିକତା । ୧୫ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ନାବାଳିକାଙ୍କୁ ନିଶାଦ୍ରବ୍ୟ ଦେଇ ଅପହରଣ ପରେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ବିହାରର ମୁଜାଫରପୁର(Muzaffarpur district) ଜିଲ୍ଲାରେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ନାବାଳିକାଙ୍କୁ ଡାକ୍ତରୀମାଇନା ପାଇଁ ମେଡିକାଲ ପଠାଯାଇଛି । ସୂଚନା ଅନୁସାରେ, ମୁଜାଫରପୁର ଜିଲ୍ଲାର ଜୈନିକ ପରିବାର ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ବାହାରକୁ ଯାଇଥିଲେ ଓ ଝିଅକୁ ଘରେ ଏକାଛାଡି ଯାଇଥିଲେ ।

ଏହାର ସୁଯୋଗ ପାଇଁ କିଛି ଦୁବୃର୍ତ୍ତ ଗତ ରବିବାର ଦିନ ତାଙ୍କ ଘରେ ପଶି ଥିଲେ । ଅଭିଯୋଗ ଅନୁଯାୟୀ, ନାବାଳିକା ଦଶମ ଶ୍ରେଣୀର ଛାତ୍ରୀ ଜଣଙ୍କୁ କିଛି ନିଶାଦ୍ରବ୍ୟ ଖୁଆଇ ଅପହରଣ କରି ନେଇଥିଲେ । ପରେ ଅନ୍ୟଏକ ସ୍ଥାନକୁ ନେଇ ସେଠାରେ ୪ ଅଭିଯୁକ୍ତ ନାବାଳିକା ସହ ଗଣ ଦୁଷ୍କର୍ମ କରିଥିଲେ । ସୋମବାର ଦିନ ନାବାଳିକାଙ୍କୁ ଛାଡି ଦେଇଥିଲେ । ପରେ ପୀଡିତା ଜଣକ ଏ ଘଟଣା ବିଷୟରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଏନେଇ ପୀଡିତା ଏବଂ ତାଙ୍କ ମା କାଣ୍ଟି(Kanti Police Station) ପୋଲିସ ଷ୍ଟେସନରେ ଦୀପକ କୁମାର ଏବଂ ସଞ୍ଜିତ କୁମାରଙ୍କ ନାଁରେ ଏତଲା ଦେଇଥିବା ବେଳେ ଆଉ ଦୁଇଜଣ ଯୁବକଙ୍କ ନାଁରେ ମଧ୍ୟ ମାମଲା ଦାୟର ହୋଇଛି ।

ପୋକ୍ସୋ ଆଇନ (POCSO Act) ଅନୁସାରେ, ଅଭିଯୁକ୍ତମାନଙ୍କ ବିରୋଧରେ ଏତଲା ଦାୟର ହୋଇଛି । ତେବେ ଏ ଘଟଣାରେ ଦୀପକ କୁମାରଙ୍କ ପରିବାର ଲୋକଙ୍କ ନାଁ ମଧ୍ୟ ରହିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପୀଡିତାଙ୍କୁ ଡାକ୍ତରୀମାଇନ ପଠାଇଛି । ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଅତିରିକ୍ତ ପୋଲିସ ଅଧୀକ୍ଷକ ଅଭିଷେକ ଆନନ୍ଦ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.