ETV Bharat / bharat

ଭାରି ପଡିଲା ରକି ଭାଇ ହେବା ନିଶା, ମାତ୍ରାଧିକ ସିଗାରେଟ ପିଇ ହସ୍ପିଟାଲରେ ନାବାଳକ

author img

By

Published : May 28, 2022, 7:19 PM IST

ଯୁବପିଢିଙ୍କ ଉପରେ ପ୍ରଭାବ ପକାଉଛି ସିନେମା । ଭାରି ପଡିଲା ରକି ଭାଇ ହେବା ନିଶା । ମାତ୍ରାଧିକ ସିଗାରେଟ ପିଇ ହସ୍ପିଟାଲରେ ଭର୍ତ୍ତି ହେଲା ନାବାଳକ । ଅଧିକ ପଢନ୍ତୁ

ଭାରି ପଡିଲା ରକି ଭାଇ ହେବା ନିଶା, ମାତ୍ରାଧିକ ସିଗାରେଟ ପିଇ ହସ୍ପିଟାଲରେ ନାବାଳକ
ଭାରି ପଡିଲା ରକି ଭାଇ ହେବା ନିଶା, ମାତ୍ରାଧିକ ସିଗାରେଟ ପିଇ ହସ୍ପିଟାଲରେ ନାବାଳକ

ହାଇଦ୍ରାବାଦ: ଚଳଚିତ୍ରର ଲୋକପ୍ରିୟତା ଓ ସମାଜରେ ଏହାର ପ୍ରଭାବର ପ୍ରତିଫଳନ କିଛି ନୂଆ କଥା ନୁହେଁ । କିନ୍ତୁ ସିନେମାର ଚରିତ୍ରରେ ମାତ୍ରାଧିକ ପ୍ରଭାବିତ ହୋଇ ନିୟନ୍ତ୍ରଣ ହରାଉଛି ଆଜିର ଯୁବପିଢି । ରୁପେଲି ପରଦାରେ ନାୟକ ଅଭିନୟ କରିଥିବା ଚରିତ୍ରର ଷ୍ଟାଇଲକୁ କପି କରିବାକୁ ଯାଇ ଘଟାଉଛନ୍ତି ବିଭିନ୍ନ କାଣ୍ଡ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦରେ ।

ନିକଟରେ ମୁକ୍ତିଲାଭ କରିଥିବା ଦକ୍ଷିଣ ତଥା କନ୍ନଡ ଚଳଚିତ୍ରର KGF-2ର ରକି ଭାଇ ଚରିତ୍ରକୁ କପି କରିବାକୁ ଉଦ୍ୟମ କରିବା ଜଣେ ନାବାଳକଙ୍କ ପାଇଁ ମହଙ୍ଗା ପଡିଛି । ନାୟକ ୟାସରାଜ ରକିଭାଇ ଚରିତ୍ରଙ୍କୁ ଅନୂସରଣ କରି ମାତ୍ରାଧିକ ସିଗାରେଟ ପିଇବା ପରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଜଣେ 15 ବର୍ଷୀୟ ନାବାଳକ ।

ମିଳିଥିବା ସୂଚନା ଅନୁସାରେ, ନାବାଳକର ଘର ହାଇଦ୍ରାବାଦର ରାଜେନ୍ଦ୍ର ନଗରରେ । ଚଳଚିତ୍ର KGF-2 ର ମୁକ୍ତିଲାଭର ଦ୍ବିତୀୟ ସପ୍ତାହରେ ସେ ସିନେମାଟିକୁ ଦେଖିଥିଲେ । ଏଥିରେ ନାୟକ ତଥା ରକି ଭାଇ ଭୂମିକାରେ ମାତ୍ରାଧିକ ପ୍ରଭାବିତ ହୋଇ ଏକାଧିକ ପ୍ୟାକେଟ ସିଗାରେଟ ପିଇଥିଲେ ନାବାଳକ । ପରେ ତାଙ୍କର ଶ୍ବାସକ୍ରିୟା ଓ ଅନ୍ୟ କିଛି ସମସ୍ୟା ଦେଖାଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଚିକିତ୍ସା ପରେ ନାବାଳର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଉକ୍ତ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

ତେବେ ଏହା କେବଳ ଗୋଟିଏ ଘଟଣା ନୁହେଁ ବରଂ ନିକଟ ଅତୀତରେ ଏପରି କିଛି ଘଟଣା ମଧ୍ୟ ସମ୍ନାକୁ ଆସିଥିଲା । ତେଲୁଗୁ ଚଳଚିତ୍ର ‘ପୁଷ୍ପା’ ର ମୁଖ୍ୟଚରିତ୍ରରେ ଅନୁପ୍ରାଣିତ ହୋଇ ଏପରି କିଛି ବିସ୍ମିତ କରିବା ପରି କାର୍ଯ୍ୟକଳାପ କରି ଗଣମାଧ୍ୟମ ସିରୋନାମାକୁ ସାମ୍ନାକୁ ଆସିଥିଲା । ଖାସ କରି ଯୁବପିଢି ଓ ଟିନଏଜରମାନେ ବିଶେଷ ଭାବେ ଏଥିରେ ପ୍ରଭାବିତ ହେଉଥିବାରୁ ଅଭବାବକମାନେ ଚିନ୍ତା ପ୍ରକଟ କରିବାକୁ ଲାଗିଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.