ETV Bharat / bharat

ନାବାଳିକା ଉପରେ ଦମ୍ପତିଙ୍କ ଅକଥନୀୟ ନିର୍ଯାତନା: ଶରୀରକୁ ବ୍ଲେଡରେ କାଟୁଥିଲେ, ନିଆଁ ଚେଙ୍କ ଦେଉଥିଲେ

ଗୁରୁଗ୍ରାମରେ ୧୪ ବର୍ଷୀୟା ଘରୋଇ ସହାୟିକାଙ୍କୁ ନିର୍ଯାତନା । ପ୍ରତିଦିନ ମାରପିଟ୍ କରିବା ସହ ଶରୀରକୁ ବ୍ଲେଡରେ କାଟୁଥିଲେ ମାଲିକ । ଅଧିକ ପଢନ୍ତୁ

୧୪ ବର୍ଷୀୟା ଘରୋଇ ସହାୟିକାଙ୍କୁ ନିର୍ଯାତନା
୧୪ ବର୍ଷୀୟା ଘରୋଇ ସହାୟିକାଙ୍କୁ ନିର୍ଯାତନା
author img

By

Published : Feb 9, 2023, 8:58 AM IST

14 year old girl tortured by couple
14 year old girl tortured by couple

ହାଇଦ୍ରାବାଦ: ହରିୟାଣାର ଗୁରୁଗ୍ରାମରୁ ଅତ୍ୟନ୍ତ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି । ଗୁରୁଗ୍ରାମର ଜଣେ ଦମ୍ପତି ତାଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିବା ୧୪ ବର୍ଷୀୟା ନାବାଳିକା ଉପରେ ଅକଥନୀୟ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି । ଏହି ଦମ୍ପତି ନାବାଳିକାଙ୍କୁ ପ୍ରତିଦିନ ମାରପିଟ୍ କରୁଥିଲେ । ସାରା ଦିନ ଖାଇବାକୁ ଦେଉନଥିଲେ । ଯାହାଫଳରେ ଭୋକ ଉପାସରେ ଛଟପଟ ହୋଇ ନାବାଳିକା ଡଷ୍ଟବିନରୁ ଅଇଁଠା ଖାଦ୍ୟ ଗୋଟାଇ ଖାଉଥିଲେ ।

  • UPDATE : Manish Khattar has been sacked by @MaxLifeIns as shared by the organisation officially. He's the man who brutally tortured #GurgaonMinor girl along with his wife, beating her, burning her and depriving her of food. pic.twitter.com/qc8TSBAOh9

    — Deepika Narayan Bhardwaj (@DeepikaBhardwaj) February 8, 2023 " class="align-text-top noRightClick twitterSection" data=" ">

ଏପରିକି ସେହି ଦମ୍ପତି ବ୍ଲେଡରେ ନାବାଳିକାଙ୍କ ଶରୀର କାଟିବା ସହ ଗରମ ଚିମୁଟାରେ ଚେଙ୍କ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଦୀପିକା ନାରାୟଣ ଭରଦ୍ବାଜ ନାମକ ଜଣେ ସାମ୍ବାଦିକା ତଥା ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ଏହି ଘଟଣା ଜାଣି ଥାନାରେ ଅଭିଯୋଗ କରିବା ପରେ ପୀଡିତାଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି ।

ସୂଚନା ମୁତାବକ, ଅଭିଯୁକ୍ତ ଦମ୍ପତି ହେଉଛନ୍ତି ମନୀଷ କୌର ଏବଂ କମଲଜିତ କୌର । ଦୁହେଁ ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିଲେ । ସେମାନେ ନିଜ ୩ ବର୍ଷୀୟା ଝିଅର ଦେଖାଶୁଣା କରିବା ପାଇଁ ଏକ ନିଯୁକ୍ତ ସଂସ୍ଥା ଜରିଆରେ ୫ ମାସ ତଳେ ରାଞ୍ଚିରୁ ୧୪ ବର୍ଷୀୟା ନାବାଳିକାକୁ ଘରୋଇ ସହାୟିକା ଭାବେ ଆଣିଥିଲେ । ସେବେଠାରୁ ଏହି ଦମ୍ପତି ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ । ଅଭିଯୋଗ ମୁତାବକ, ଗତ ୫ ମାସ ଭିତରେ ସେମାନେ ନାବାଳିକାଙ୍କୁ ଟଙ୍କାଟିଏ ଦରମା ଦେଇନଥିଲେ । ହେଲେ ଏତିକି ଗୋଟିଏ ଦିନ ନଥିଲା ଯେଉଁ ଦିନ ଦୁହେଁ ନାବାଳିକାଙ୍କୁ ମାରପିଟ୍ କରୁନଥିଲେ ।

ସେମାନେ ନାବାଳିକାଙ୍କୁ ଖାଇବାକୁ ଦେଉନଥିଲେ। ଫଳରେ ପୀଡିତା ଡଷ୍ଟବିନରୁ ଅଇଁଠା ଖାଦ୍ୟ ଖାଇ ବଞ୍ଚୁଥିଲେ । ଉଭୟ ସ୍ବାମୀ-ସ୍ତ୍ରୀ ନାବାଳିକାଙ୍କୁ ମାରପିଟ୍ କରିବା ସହ ବ୍ଲେଡରେ ତାଙ୍କ ଶରୀରର କାଟି ଦେଉଥିଲେ । ଦେହରେ ଗରମ ଚିମୁଟା ମାରୁଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ଓ ସଖୀର ଏକ ମିଳିତ ଟିମ୍ ତାଙ୍କୁ ଗୁରୁଗ୍ରାମ ନ୍ୟୁକଲୋନୀରୁ ଉଦ୍ଧାର କରିଛି । ଉଦ୍ଧାର ସମୟରେ ନାବାଳିକାଙ୍କ ସାରା ଶରୀରରେ କଟା ଦାଗ ଓ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ସାମ୍ବାଦିକା ଦୀପିକା ପୀଡିତାଙ୍କ ଫଟୋ ଟ୍ବିଟ୍ କରିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ଦମ୍ପତି ନିଜର ଅମାନବୀୟ କାର୍ଯ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ସୁଦ୍ଧା ତାଙ୍କ ଆଖିରେ ତିଳେମାତ୍ର ଅବଶୋଷ ଦେଖିବାକୁ ମିଳିନି । ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋକ୍ସୋ ଆକ୍ଟ ଏବଂ ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.