ETV Bharat / bharat

ଡରାଇଲାଣି ଜିକା ଭାଇରସ, କେରଳରେ ମୋଟ 15 ପଜିଟିଭ ଚିହ୍ନଟ

author img

By

Published : Jul 9, 2021, 6:18 PM IST

କୋରୋନା କାଳରେ କେରଳରେ ମାଡୁଛି ଜିକା ଭାଇରସ । ବର୍ତ୍ତମାନ ରାଜ୍ୟରେ ମୋଟ 15ଟି ଜିକା ଭାଇରସ ସଂକ୍ରମଣ ମାମଲା ଚିହ୍ନଟ । ଅଧିକ ପଢନ୍ତୁ...

ଡରାଇଲାଣି ଜିକା ଭାଇରସ, କେରଳରେ ମୋଟ 15 ପଜିଟିଭ ଚିହ୍ନଟ
ଡରାଇଲାଣି ଜିକା ଭାଇରସ, କେରଳରେ ମୋଟ 15 ପଜିଟିଭ ଚିହ୍ନଟ

ଥିରୁଅନନ୍ତପୁରମ: କୋରୋନା ସଙ୍କଟ ମଧ୍ୟରେ ଡରାଇଲାଣି ଜିକା ଭାଇରସ । ଗୋଟିଏ ଦିନ ପୂର୍ବରୁ କେରଳରୁ ପ୍ରଥମ ଜିକା ଭାଇରସ ମାମଲା ଚିହ୍ନଟ ହେବା ପରେ ଆଜି(ଶୁକ୍ରବାର) ରାଜ୍ୟରେ ଆଉ 14 ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ କେରଳରେ ସର୍ବମୋଟ 15ଟି ମାମଲା ରହିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ସ୍ବାସ୍ଥ୍ୟକର୍ମୀ ହୋଇଥିବା ଜଣାପଡିଛି ।

ଗୁରୁବାର ପ୍ରଥମେ ଜଣେ 24 ବର୍ଷୀୟ ଗର୍ଭବତୀ ମହିଳାଙ୍କ ଠାରେ ଜିକା ଭାଇରସ ମାମଲା ଚିହ୍ନଟ ହୋଇଥିଲା । ମହିଳାଙ୍କ ଠାରେ ଜ୍ବର, ମୁଣ୍ଡବ୍ୟଥା, ଚର୍ମରେ ଲାଲ୍ ଦାଗ ଭଳି ଲକ୍ଷଣ ଦେଖାଯାଇଥିଲା । ପ୍ରାଥମିକ ଟେଷ୍ଟରେ ସେ ପଜିଟିଭ ଚିହ୍ନଟ ହୋଇଥିବାବେଳେ ତାଙ୍କ ନମୁନା ପୁଣେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭିରୋଲୋଜିକୁ ପଠାଯାଇଥିଲା । ଗୁରୁବାର ମହିଳାଙ୍କ ଟେଷ୍ଟ ରିପୋର୍ଟରୁ ସେ ଜିକା ଭାଇରସ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଥିଲା । ସେହିପରି ଅନ୍ୟ 14 ଜଣ ବ୍ୟକ୍ତି ମଧ୍ୟ ଜିକା ଭାଇରସ ସଂକ୍ରମିତ ଥିବା ଏହି ଇନଷ୍ଟିଚ୍ୟୁଟରୁ ଜଣାପଡିଛି ।

ମୁଖ୍ୟତଃ ଜ୍ବର, ଚର୍ମ ଲାଲ୍ ପଡିଯିବା, ଆଣ୍ଠୁଗଣ୍ଠି ଓ ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବ୍ୟଥା ଓ ଦୁର୍ବଳ ଲାଗିବା ଆଦି ଜିକା ଭାଇରସ ସଂକ୍ରମଣର ଲକ୍ଷଣ । 3 ରୁ 14 ଦିନ ମଧ୍ୟରେ ଏହାର ଲକ୍ଷଣ ଦେଖାଯାଇଥାଏ ।

ତେବେ ରାଜ୍ୟରେ ଦିନକୁ ଦିନ ଜିକା ଭାଇରସ କେସ୍ ଲୋଡ ବଢୁଥିବାରୁ ଏକ କେନ୍ଦ୍ରୀୟ ଟିମ୍ କେରଳ ଗସ୍ତ କରିଛନ୍ତି । କିଭଳି ଭାଇରସକୁ ଚେକ ଦିଆଯିବ ସେ ନେଇ ଷ୍ଟ୍ରାଟେଜି କରାଯିବ ବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.