ETV Bharat / bharat

ଜାମସେଦପୁର ପୋଲିସକୁ ସଫଳତା, ନିଷ୍କ୍ରିୟ କଲା ୧୪ଟି ଲ୍ୟାଣ୍ଡମାଇନ - ଲ୍ୟାଣ୍ଡମାଇନ୍ସ

ଝାଡଖଣ୍ଡର ଡାଲମା ପର୍ବତରେ ନକ୍ସଲଙ୍କ ଦ୍ବାରା ଖଞ୍ଜାଯାଇଥିବା ୧୪ଟି ଲ୍ୟାଣ୍ଡମାଇନ ଠାବ କଲା ଜାମସେଦପୁର ପୋଲିସ । ଅଧିକ ପଢନ୍ତୁ...

ଜାମସେଦପୁର ପୋଲିସକୁ  ସଫଳତା, ନିଷ୍କ୍ରିୟ କଲା ୧୪ଟି ଲ୍ୟାଣ୍ଡମାଇନ୍ସ

author img

By

Published : Aug 8, 2021, 7:15 AM IST

ରାଞ୍ଚି: ଜାମସେଦପୁର ପୋଲିସକୁ ବଡ ସଫଳତା । ଝାଡଖଣ୍ଡର ଡାଲମା ପର୍ବତରେ ନକ୍ସଲଙ୍କ ଦ୍ବାରା ଖଞ୍ଜାଯାଇଥିବା ୧୪ଟି ଲ୍ୟାଣ୍ଡମାଇନ ଠାବ କଲା ଜାମସେଦପୁର ପୋଲିସ । ଗତକାଲି(ଶନିବାର) ଏହି ସବୁ ଲ୍ୟାଣ୍ଡମାଇନକୁ ଠାବ କରିଥିଲା ପୋଲିସ ।

ଏନେଇ ଜାମସେଦପୁର ପୋଲିସ ଷ୍ଟେସନର ବରିଷ୍ଠ ପୋଲିସ ଅଧିକ୍ଷକ ଏମ ତାମିଲ ଭନାନ ଏନେଇ ସୂଚନା ଦେଇ କହିଛନ୍ତି ଯେ ବୋଡାମ ପୋଲିସ ଷ୍ଟେସନ ଅଧୀନରେ ଥିବା ଡାଲମା ପର୍ବତରେ ନକ୍ସଲମାନେ ଲ୍ୟାଣ୍ଡମାଇନ ଖଞ୍ଜି ଥିବା ଆମେ ସୂଚନା ପାଇଥିଲୁ । ଏହାପରେ ଆମେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲୁ । ସର୍ଚ୍ଚ ଅପରେସନରେ ୧୪ଟି ଲ୍ୟାଣ୍ଡମାଇନ୍ସ ଠାବ କରାଯିବା ପରେ ସେଗୁଡିକୁ ନିଷ୍କ୍ରିୟ କରାଯାଇଥିଲା । ତେବେ ପୋଲିସକୁ ଏହା ଏକ ବଡ ସଫଳତା ବୋଲି କହିଛନ୍ତି, ବରିଷ୍ଠ ପୋଲିସ ଅଧିକ୍ଷକ ଏମ ତାମିଲ ଭନାନ । ଏଥି ସହ ଉକ୍ତ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ଭାବେ ରହିବାକୁ କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.