ETV Bharat / bharat

ତୁଟୁନି ଅକ୍ସିଜେନ ସମସ୍ୟା; ଆନ୍ଧ୍ରପ୍ରଦେଶରେ 14 ଓ କର୍ଣ୍ଣାଟକରେ 2 ମୃତ - 14 covid patients died in ap

ଦେଶରେ କୋରୋନା ଓ ଅକ୍ସିଜେନକୁ ନେଇ ଦୟନୀୟ ସ୍ଥିତି ଉପୁଜିଥିବାବେଳେ, ଅନେକ ଦେଶ ଆଗକୁ ଆସି ଅକ୍ସିଜେନ ସହ ସମସ୍ତ ଉପକରଣ ଯୋଗାଇଦେଉଛନ୍ତି। ହେଲେ ଏବେବି ଅକ୍ସିଜେନ ଅଭାବରୁ ଦୈନିକ ଯାଉଛି ଅନେକ ଜୀବନ। ଅଧିକ ପଢନ୍ତୁ...

ତୁଟୁନି ଅକ୍ସିଜେନ ସମସ୍ୟା
ତୁଟୁନି ଅକ୍ସିଜେନ ସମସ୍ୟା
author img

By

Published : May 2, 2021, 8:11 AM IST

ଅମରାବତୀ: ବର୍ତ୍ତମାନ ସମଗ୍ର ଦେଶରେ କୋଭିଡର ଦ୍ବିତୀୟ ଲହର ଜାରି ରହିଛି । ଯାହା ଦ୍ବାରା ଗତ କିଛି ଦିନ ହେବ ଅନେକ ଲୋକ ମହାମାରୀରେ ଆକ୍ରାନ୍ତ ହୋଇ ଅକ୍ସିଜେନ ଅଭାବରୁ ଜୀବନ ହାରୁଛନ୍ତି । ସେହିପରି ଏକ ଦୁଖଦ ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶର ଅନନ୍ତପୁରମ ଜିଲ୍ଲାରେ। ଅକ୍ସିଜେନ ଅଭାବରୁ 14 ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ମୃତକଙ୍କ ସମ୍ପର୍କୀୟ ।

ତୁଟୁନି ଅକ୍ସିଜେନ ସମସ୍ୟା; ଆନ୍ଧ୍ରପ୍ରଦେଶରେ 14 ଓ କର୍ଣ୍ଣାଟକରେ 4 ମୃତ

ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜଏଣ୍ଟ କଲେକ୍ଟର ନିଶାନ୍ତ କୁମାର । ସେ କହିଛନ୍ତି ଯେ, ଅନନ୍ତପୁରମ ଜିଲ୍ଲାରେ ଥିବା ସରକାରୀ ହସ୍ପିଟାଲରେ ଗତକାଲି(ଶନିବାର) 14 ଜଣର ମୃତ୍ୟୁ ହୋଇଛି । ହେଲେ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ଯେ, ଅକ୍ସିଜେନ ଅଭାବରୁ ସମସ୍ତ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆକ୍ରାନ୍ତଙ୍କର ଭିନ୍ନ ଭିନ୍ନ କାରଣରୁ ମୃ୍ତ୍ୟୁ ହୋଇଥିବା କହିଛନ୍ତି ନିଶାନ୍ତ କୁମାର ।

ଘଟଣାରେ ବିଧାୟକ ଅନନ୍ତ ଭେଙ୍କଟାରାମିରେଡ୍ଡି ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ବିଧାୟକ କହିଛନ୍ତି ଯେ, 'ସର୍ବଜନ ହସ୍ପିଟାଲର ଏହି ଘଟଣା ଅତି ଦୁର୍ଭାଗ୍ୟଜନକ ଅଟେ । ମୁଁ ଏହି ଘଟଣା ବିଷୟରେ ଜେସି ନିଶାନ୍ତଙ୍କ ସହ କଥା ହୋଇ ସମସ୍ତ ତଥ୍ୟ ପଚାରି ବୁଝିଛି । ଗୋଟେପଟେ ଅଧିକାରୀମାନେ ଅମ୍ଳଜାନର କୌଣସି ସମସ୍ୟା ଉପୁଜିନଥିବା କହୁଥିବାବେଳେ, ପୀଡିତଙ୍କ ସମ୍ପର୍କୀୟମାନେ ଭିନ୍ନ ଦାବି କରିଛନ୍ତି। କିଛି ଦିନ ପୂର୍ବରୁ ମୁଁ ଅମ୍ଳଜାନର ନିମ୍ନ ଚାପ ବିଷୟରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସତର୍କ କରିଥିଲି' । ତେବେ ଏପରି ଘଟଣା ପରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ' ।

ସେହିପରି ଅନ୍ୟପଟେ, କର୍ଣ୍ଣାଟକର କାଲାବୁରାଗି ଜିଲ୍ଲାରେ ଥିବା କେବିଏନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ତେବେ ଡାକ୍ତରଖାନାରୁ ଅମ୍ଳଜାନ ଶେଷ ହେବା ପରେ ଡାକ୍ତରମାନେ ପଳାଇ ଯାଇଥିବାବେଳେ, ମୃତକଙ୍କ ପରିବାର ଡାକ୍ତରଖାନା ବୋର୍ଡ ବିରୋଧରେ ଅଭିଯୋଗ ଆଣି ହଙ୍ଗାମା କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.