ETV Bharat / bharat

ଭାରତରେ ଅବୈଧ ଭାବେ ରହୁଥିବା ୧୪ ଚୀନ ନାଗରିକ ଅଟକ - ଭାରତରେ ଅବୈଧ ଭାବେ ରହୁଥିବା ଚୀନ ନାଗରିକ ଅଟକ

ଭାରତରେ ଅବୈଧ ଭାବେ ରହୁଥିବା ୧୪ ଚୀନ ନାଗରିକ ଅଟକ । ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା । ଅଧିକ ପଢନ୍ତୁ

ଭାରତରେ ଅବୈଧ ଭାବେ ରହୁଥିବା ୧୪ ଚୀନ ନାଗରିକ ଅଟକ

author img

By

Published : Jul 14, 2022, 9:31 AM IST

ନୂଆଦିଲ୍ଲୀ: ଭାରତରେ ଅବୈଧ ଭାବେ ରହୁଥିବା ୧୪ ଚୀନ ନାଗରିକ ଅଟକ(14 Chinese nationals detained for illegally staying in India) । ବୁଧବାର ଦିଲ୍ଲୀର ସେକ୍ଟର ୪୯ ଥାନା ଅଞ୍ଚଳରୁ ସମସ୍ତଙ୍କୁ ଅଟକ ରଖାଯାଇଛି । ସେମାନଙ୍କ ମଧ୍ୟରେ ୧୩ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ଏହି ନାଗରିକମାନେ ଦୁଇ ବର୍ଷ ହେଲା ଭାରତରେ ବେଆଇନ ଭାବେ ରହିଆସୁଥିଲେ । ସମସ୍ତେ ନୋଏଡା ସ୍ଥିତ ଗୋଟିଏ ଘରୋଇ ମୋବାଇଲ କମ୍ପାନୀରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି ।

ପୋଲିସର କହିବାନୁଯାୟୀ, ଅଟକ ଥିବା ଚୀନ ନାଗରିକଙ୍କ ବିଜନେସ ଭିସାର ସମୟସୀମା ୨୦୨୦ରେ ଶେଷ ହୋଇଯାଇଥିଲା । ଏହାପରେ ସେମାନେ ଭିସା ଅବଧି ବଢାଇବାକୁ ଆବେଦନ କରିଥିଲେ, ଯାହାକି ଖାରଜ ହୋଇଯାଇଥିଲା । ଉଚ୍ଚ ପଦସ୍ତ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ LIU ଗୌତମ ବୁଦ୍ଧ ନଗର ସ୍ଥାନୀୟ ପୋଲିସ ସହାୟତାରେ ସମସ୍ତ ଚୀନ ନାଗରିକଙ୍କୁ ହେପାଜତକୁ ନେଇଛି । ପ୍ରକାଶଥାଉ କି, ଗତବର୍ଷ ଉତ୍ତରପ୍ରଦେଶ ATS ଗୌତମ ବୁଦ୍ଧ ନଗରରୁ ଟଙ୍କା ଠକେଇ ମାମଲାରେ ଦୁଇ ଚୀନ ନାଗରିକଙ୍କୁ ଗିରଫ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.