ETV Bharat / bharat

ଉତ୍ତରାଖଣ୍ଡ ହିମସ୍ଖଳନ, ଆଜି ବି 130 ନିଖୋଜ

ଉତ୍ତରାଖଣ୍ଡ ହିମସ୍ଖଳନରେ ପ୍ରାଣ ହରାଇଥିବା 74 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଏ ଯାଏଁ ବି 130 ଜଣ ନିଖୋଜ ଅଛନ୍ତି । ଏନେଇ ଲୋକସଭାରେ ସୂଚିତ କଲେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ହିମସ୍ଖଳନ, ଆଜି ବି 130 ନିଖୋଜ
ଉତ୍ତରାଖଣ୍ଡ ହିମସ୍ଖଳନ, ଆଜି ବି 130 ନିଖୋଜ
author img

By

Published : Mar 23, 2021, 5:36 PM IST

ନୂଆଦିଲ୍ଲୀ: ଗତ ଫେବୃୟାରୀ 7 ତାରିଖରେ ଉତ୍ତରଖଣ୍ଡରେ ଘଟିଥିଲା ହିମସ୍ଖଳନ । ଏହି ଘଟଣାକୁ ଅନେକ ଦିନ ବିତିଯାଇଥିଲେ ସୁଦ୍ଧା ଏବେ ବି 130 ଜଣ ନିଖୋଜ ଅଛନ୍ତି । ଏହାସହ ଏହି ହିମସ୍ଖଳନରେ ପ୍ରାଣ ହରାଇଥିବା ମୋଟ 74 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ମଙ୍ଗଳବାର ଲୋକସଭାରେ ସୂଚିତ କଲେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

ନିତ୍ୟାନନ୍ଦ ରାୟ କହିଛନ୍ତି, ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା କମିଟି ପକ୍ଷରୁ ଋଷିଗଙ୍ଗା ଓ ଧଉଳିଆଙ୍ଗା ନଦୀରେ ବନ୍ୟା କାରଣ ତଦନ୍ତ କରିବାକୁ ବିଭିନ୍ନ ଅନୁଷ୍ଠାନ ତଥା ସଙ୍ଗଠନର ବିଶେଷଜ୍ଞଙ୍କ ମିଳିତ ଅଧ୍ୟୟନ ଟିମ୍ ଗଠନ କରାଯାଇଛି । ଏଥିସହ ଆଗାମୀ ଦିନରେ ଏଭଳି ବିପର୍ଯ୍ୟୟ ରୋକିବାକୁ ପଦକ୍ଷେପ ପ୍ରସ୍ତୁତ କରାଯାଉଛି । ଆହୁରିମଧ୍ୟ, ଉତ୍ତରାଖଣ୍ଡ ସରକାର ଏହି ହିମସ୍ଖଳନର ପ୍ରଭାବ ଓ କ୍ଷୟକ୍ଷତି ସମୀକ୍ଷା କରିବାକୁ ଏକ ଟିମ୍ ଗଠନ କରିଛନ୍ତି । ଏହାସହ ହିମସ୍ଖଳନରେ ପ୍ରାଣ ହରାଇଥିବା ପରିଜନଙ୍କୁ 4 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ନେଇ ମଧ୍ୟ ରାଜ୍ୟ ସରକାର ଘୋଷଣା କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.