ସୋନଭଦ୍ରା: ଥର୍ମାଲ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ଘଟଣା । ଉତ୍ତରପ୍ରଦେଶର ସୋନଭଦ୍ରା ସ୍ଥିତ ଲାନକୋ ଅନପାରା ଥର୍ମାଲ ପାୱାର ପ୍ଲାଣ୍ଟର ଏକ ବଏଲରରେ ବିସ୍ଫୋରଣ ଘଟି 13 ଜଣ ଶ୍ରମିକ ଆହତ ହୋଇଛନ୍ତି । ଆଜି(ରବିବାର) ସକାଳ ସମୟରେ ଏହି ବିସ୍ଫୋରଣ ଘଟିଛି ।
ଆହତ ଶ୍ରମିକଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କ ଉନ୍ନତ ଚିକିତ୍ସା ପାଇଁ ବାରାଣାସୀକୁ ସ୍ଥାନାନ୍ତର କରାଯାଇଛି। ଏହାସହ ନିଆଁରେ ଫସି ରହିଥିବା ଅନ୍ୟ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଅନ୍ୟପଟେ ଆହତମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତଦନ୍ତ କରି ଦୁର୍ଘଟଣାର କାରଣ ବାବଦରେ ସୂଚନା ଦେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ।
ତେବେ ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ମଧ୍ୟ ହୋଇଛି। ଘଟଣାସ୍ଥଳରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରହିଥିବାବେଳେ ସେପଟେ ଆହତ ଶ୍ରମିକଙ୍କ ମଧ୍ୟରୁ 8 ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ