ପାଟଣା: ବିହାରରେ ନୀତିଶ କୁମାରଙ୍କ ନୂଆ ସରକାର ଗଠନ ହୋଇସାରିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ 15 ଜଣ ନୂଆ ସଦସ୍ୟ ଶପଥ ଗ୍ରହଣ କରିଛନ୍ତି । ବିହାରର ସମସ୍ତଙ୍କ ମନ୍ତ୍ରୀଙ୍କ ସମ୍ପତ୍ତି ବିଷୟରେ ଖୁଲାସା କରିଛି ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) । ଏଥିମଧ୍ୟରୁ 8 ଜଣ ନୂଆ ମନ୍ତ୍ରୀଙ୍କ ନାଁରେ ରହିଛି ଅପରାଧିକ ମାମଲା ।
ପ୍ରାର୍ଥୀ ପତ୍ର ଦାଖଲ ଅନୁଯାୟୀ, 6 ଜଣ (43 ପ୍ରତିଶତ) ମନ୍ତ୍ରୀ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି । ବିଜେପିରୁ2, ଜେଡିୟୁରୁ 2, ହାମ ଓ ଭିଆଇପି ରୁ ଜଣିଏ ଲେଖାଏଁ ରହିଛନ୍ତି । ସେହିପରି ପାଖାପାଖି 68 ପ୍ରତିଶତ ନବନିର୍ବାଚିତ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା । ଯାହା ଗତ ବିଧାନସଭାର ବିଧାୟକଙ୍କ ଠାରୁ 10 ପ୍ରତିଶତ ଅଧିକ ।
ଏହି ରିପୋର୍ଟ ମୁତାବକ, 13 ଜଣ ମନ୍ତ୍ରୀ ସମସ୍ତେ ଜଣେ ଜଣେ କୋଟିପତି । ପ୍ରତ୍ୟକଙ୍କ ସମ୍ପତ୍ତି ହାରାହାରି 3.93 କୋଟି ହେବ ଆକଳନ କରାଯାଇଛି । ନିର୍ବାଚନ ପୂର୍ବରୁ ଦାଖଲ ହୋଇଥିବା ପ୍ରାର୍ଥୀ ପତ୍ର ପ୍ରମାଣପତ୍ରରୁ ଏହି ତଥ୍ୟ ସଂଗ୍ରହ କରାଯାଇଛି । 13 ଜଣ ମନ୍ତ୍ରୀ କୋଟିପତି ଲିଷ୍ଟରେ ରହିଛନ୍ତି । ସେଥିମଧ୍ୟରୁ ବିଜେପିର 6 ଜଣ ବିଧାୟକ କୋଟିପତିର ଟପ ଲିଷ୍ଟରେ ରହିଛି । ଜେଡିୟୁ ର 5 , ହାମ ଓ ଭିଆଇପିର ପାର୍ଟି ର ଜଣିଏ ଲେଖାଏଁ ରହିଛନ୍ତି । ଏହି 14 ଜଣଙ୍କ ମଧ୍ୟରୁ ଦୁଇ ଜଣ ମହିଳା ମନ୍ତ୍ରୀ ରହିଛନ୍ତି ।
ସର୍ବାଧିକ ସମ୍ପତ୍ତି ଥିବା ମନ୍ତ୍ରୀ ହେଉଛନ୍ତି ତାରାପୁର ନିର୍ବାଚନମଣ୍ଡଳୀରୁ ମେୱା ଲାଲ ଚୌଧୁରୀ । ତାଙ୍କର ସମ୍ପତ୍ତି 12.31 କୋଟି ରହିଛି । ସର୍ବନିମ୍ନ ସମ୍ପତ୍ତି ବିହାର ବିଧାନ ପରିଷଦର ପୂର୍ବତନ ସଦସ୍ୟ ଅଶୋକ ଚୌଧୁରୀଙ୍କ ସମ୍ପତ୍ତି 71.89 ଲକ୍ଷ ରହିଛି ।
ଚାରିଜଣ ମନ୍ତ୍ରୀ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । 10 ଜଣ ମନ୍ତ୍ରୀ ସ୍ନାତକ କିମ୍ବା ତା ଠାରୁ ଅଧିକ ଶିକ୍ଷାଗତ ଯୋଗ୍ୟତା ରହିଛି । ନୀତିଶ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ 6 ଜଣଙ୍କ ବୟସ 41ରୁ 50 ବର୍ଷର ରହିଛନ୍ତି । 8 ଜଣଙ୍କ 51ରୁ 75 ମଧ୍ୟରେ ରହିଛନ୍ତି ।
ବିହାର ବିଧାନସଭା ନିର୍ବାଚନରେ ଏନଡିଏର ବିଜୟ ହୋଇଛି । ଏନଡିଏ 243 ଟି ଆସନରୁ 125ଟି ଆସନରେ ବିଜୟ ହୋଇଛି ।
@IANS