ETV Bharat / bharat

PUBG ଗେମ ହେଲା କାଳ: ରଶି ଲଗାଇ ଝୁଲି ପଡିଲେ ଯୁକ୍ତ ଦୁଇ ଛାତ୍ର - ମଧ୍ୟପ୍ରଦେଶ ଖବର

ପବଜି(PUBG) ଗେମ ନେଲା ଛାତ୍ରଙ୍କ ଜୀବନ । ଘରେ କେହି ନ ଥିବାବେଳେ ରଶି ଲଗାଇ ଝୁଲିଗଲେ ଛାତ୍ର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ତୁକୋଗଞ୍ଜ ଥାନା(Tukoganj police station ) ଅଞ୍ଚଳରେ । ଅଧିକ ପଢନ୍ତୁ

PUBG ଗେମ ନେଲା ଛାତ୍ରଙ୍କ ଜୀବନ :ରଶି ଲଗାଇ ଝୁଲିଲେ ଯୁକ୍ତ ଦୁଇ ଛାତ୍ର

author img

By

Published : Mar 30, 2022, 7:53 PM IST

ଭୋପାଳ : ପବଜି(PUBG) ଗେମ ନେଲା ଛାତ୍ରଙ୍କ ଜୀବନ । ଘରେ କେହି ନ ଥିବାବେଳେ ରଶି ଲଗାଇ ଝୁଲିଗଲେ ଛାତ୍ର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ତୁକୋଗଞ୍ଜ ଥାନା(Tukoganj police station ) ଅଞ୍ଚଳରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଛାନଭିନ ଆରମ୍ଭ କରିଛି ।

ସୂଚନା ଅନୁସାରେ, ମଧ୍ୟପ୍ରଦେଶର ତୁକୋଗଞ୍ଜ ଥାନା ଅଞ୍ଚଳର ଭାଲାବ ନଗରରେ 18 ବର୍ଷୀୟ ବିବେକ ନିଜ ପରିବାର ସହ ରୁହନ୍ତି । ସେ ଦ୍ୱାଦଶ ଶ୍ରେଣୀର ଛାତ୍ର ଥିଲେ । ଘରେ ପରିବାର ଲୋକେ ନ ଥିବା ସମୟରେ ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ଘରକୁ ଆସିବା ପରେ ବିବେକଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ।

ପୋଲିସ ବିବେକଙ୍କ ମୋବାଇଲ ଜବତ କରିଛି । ପୋଲିସ କହିଛି ଯେ ବିବେକ PUBG ଖେଳ ଖେଳିବାରେ ଅଭ୍ୟସ୍ତ ଥିଲେ । ଅନେକ ଥର ତାଙ୍କୁ ପବଜି ଗେମ୍ ଖେଳିବାକୁ ମଧ୍ୟ ବାରଣ କରାଯାଇଥିଲା । ହେଲେ ସେ ଏ ଗେମ ନିତିଦିନ ଖେଳୁଥିଲେ । ଫଳରେ ତାଙ୍କର ମୃତ୍ୟୁର କାରଣ ପବିଜି ଗେମ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଇନ୍ଦୋର ଅଞ୍ଚଳରେ ମଧ୍ୟ ଏପରି ଘଟଣା ଅନେକ ଘଟିଥିବାର ନଜିର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.