ETV Bharat / bharat

26/11 ଆକ୍ରମଣ: ସାହାସୀ ବ୍ରିଗେଡିୟର ଗୋବିନ୍ଦ ସିଂ, ଜୀବନକୁ ବାଜି ଲଗାଇ କସବକୁ ଧରିଥିଲେ

author img

By

Published : Nov 26, 2020, 9:15 PM IST

26/11 ଆତଙ୍କବାଦୀ ଆକ୍ରମଣକୁ ଆଜି 12 ବର୍ଷ ବିତିଯାଇଥିଲେ ମଧ୍ୟ ସେ କାଳରାତି ଆଜି ବି ମନେ ପଡିଲେ ଛାତି ଥରିଉଠେ । ତେବେ ଜାଣନ୍ତୁ କିଏ ଆତଙ୍କବାଦୀ ଆଜମଲ କସବକୁ ଜୀବନ୍ତ ଧରିଥିଲେ...

26/11 ମୁମ୍ବାଇ ଆକ୍ରମଣ
26/11 ମୁମ୍ବାଇ ଆକ୍ରମଣ

ଶିମଲା: ନଭେମ୍ବର 26, 2008 ମସିହା । ସେଦିନ ମୁମ୍ବାଇରର ଏକାଧିକ ସ୍ଥାନରେ ରକ୍ତର ହୋଲି ଖେଳିଥିଲେ ଆତଙ୍କୀ । ହୋଟେଲ ତାଜ ଉପରେ ଆତଙ୍କବାଦୀ ଅଖିବୁଜା ଗୁଳିବର୍ଷାରେ ଥରିଉଠିଥିଲା ସବୁ ଭାରତୀୟଙ୍କ ଛାତି । ସେଦିନର ସେହି ଲୋମଟାଙ୍କୁରା ବର୍ବରୋଚିତ ଘଟଣାକୁ ଆଜି 12 ବର୍ଷ ବିତିଯାଇଥିଲେ ମଧ୍ୟ ସେ କାଳରାତି କଥା ଆଜି ବି ମନେ ପଡିଲେ ଛାତି ଥରିଉଠେ । ସେଦିନର ସେହି ଆକ୍ରମଣରେ 6 ବିଦେଶୀ ନାଗରିକଙ୍କ ସମେତ 166 ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା । ଆଉ ଅନେକ ଆହାତ ହୋଇଥିଲେ । ତେବେ ଏହି ଘଟଣାରେ ଆତଙ୍କୀଙ୍କୁ ମୁହଁତୋଡ ଜବାବ ଦେବାକୁ ଆଗେଇ ଆସିଥିଲେ ହିମାଚଳର ଶିମଲା ଜିଲ୍ଲାର ବ୍ରିଗେଡିୟର ଗୋବିନ୍ଦ ସିଂ ସିସୋଦିଆ ।

ବ୍ରିଗେଡିୟର ସିସୋଦିଆ ଭାରତୀୟ ଏନଏସଜି କମାଣ୍ଡୋଙ୍କ ନେତୃତ୍ବ ନେଇ 60 ଘଣ୍ଟା ମଧ୍ୟରେ ଏହି ଅପରେସନକୁ ଶେଷ କରିଥିଲେ । ଏହି ଅପରେଶନରେ 9 ଜଣ ଆତଙ୍କୀ ନିହତ ହୋଇଥିଲେ । ଏବଂ ଅଜମଲ କସବକୁ ଜୀବନ୍ତ ଗିରଫ କରାଯାଇଥିଲା । ତେବେ ତାଙ୍କର ଏହି ଦୁଃସାହସିକ କାମ ଓ ଦେଶ ସେବା ପାଇଁ ତାଙ୍କୁ ସେନା ପଦକରେ ସମ୍ମାନିତ କରାଯାଇଥିଲା । ଆତଙ୍କବାଦୀ ଅଜମଲ କସବକୁ ଗିରଫ କରିବାର ଶ୍ରେୟ ମଧ୍ୟ ସିସୋଡିଆକୁ ଯାଏ ।

ବ୍ରିଗେଡିୟର ସିସୋଦିଆଙ୍କ ଜନ୍ମ ହିମାଚଳର ଚୌପାଳର ଭରନୋ ଗାଁରେ ହୋଇଥିଲା । ସେ ପରିବାରରେ 4 ଭାଇଙ୍କ ମଧ୍ୟରୁ ସବା ସାନ ପୁଅ ଥିଲେ । ତାଙ୍କ ପିତା ଶେର ସିଂହ ସିସୋଦିଆ ରାଜସ୍ବ ସେବାରେ ଜଣେ ଅଧିକାରୀ ଥିଲେ । ତେବେ ସିସୋଦିଆ ମଣ୍ଡି ସହରର ସରକାରୀ ବିଜୟ ହାଇସ୍କୁଲରୁ ଦଶମ ଯାଁଏ ପାଠପଢା ଶେଷ କରିବା ପରେ ସେ 1975 ମସିହାରେ ଭାରତୀୟ ସେନାରେ ଭର୍ତ୍ତି ହେବା ପୂର୍ବରୁ ଏସଡି କଲେଜ ସିମଲାରେ ନିଜ ପାଠପଢା ପୂରା କରିଥିଲେ ।

ଭାରତୀୟ ସେନାରେ 35 ବର୍ଷ ସେବା:

1975 ମସିହାରେ, ସେ 16 ଶିଖ ରେଜିମେଣ୍ଟରେ ନିଯୁକ୍ତ ହୋଇଥିଲେ ଏବଂ ପରେ 19 ଏବଂ 20 ଶିଖ ରେଜିମେଣ୍ଟର ମଧ୍ୟ ନେତୃତ୍ବ ନେଇଥିଲେ । ସେ ଭାରତୀୟ ସେନାରେ 35 ବର୍ଷ ସେବା କରିଛନ୍ତି ଏବଂ ଏହି ସମୟ ମଧ୍ୟରେ ସେ କାଶ୍ମୀରରେ ଅନେକ ସାମରିକ ଅପରେସନର ନେତ୍ବତ୍ବ ନେଇଛନ୍ତି ।

ଆଜି ସମଗ୍ର ଦେଶ 26/11 ମୁମ୍ବାଇ ଆକ୍ରମଣରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ଆତଙ୍କବାଦୀଙ୍କ ସହ ଲଢେଇରେ ଶହୀଦଙ୍କୁ ପ୍ରଣାମ କରୁଛି । 26/11 ପରେ ମୁମ୍ବାଇ ପୁଣିଥରେ ଅଣ୍ଟା ସଳଖି ଛିଡା ହୋଇଛି ସତ, କିନ୍ତୁ ଏହି ଆକ୍ରମଣର କ୍ଷତକୁ କେହି କେବେ ଭୁଲିପାରିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.