ETV Bharat / bharat

ନାବାଳକଙ୍କ ନୃଶଂସ କାଣ୍ଡ, 12 ବର୍ଷର ବାଳକକୁ ହତ୍ୟା ପରେ ବ୍ୟାଗରେ ପୁରାଇ ଫୋପାଡି ଦେଲେ

author img

By

Published : May 16, 2023, 8:57 AM IST

ମଧ୍ୟପ୍ରେଦଶରେ ଜଘନ୍ୟ ହତ୍ୟାକାଣ୍ଡ। ସାଙ୍ଗକୁ ଚଣ୍ଟି ଚିପି କଳାକାଟି ହତ୍ୟା କରିବା ପରେ ଫୋପାଡି ଦେଲେ ତିନି ନାବାଳକ । ଅଧିକ ପଢନ୍ତୁ

three minor boy kills minor boy
three minor boy kills minor boy

ଭୋପାଳ: ନାବାଳକଙ୍କ ନୃଶଂସ କାଣ୍ଡ। ପାଠପଢା ବୟସରେ ଖେଳିଲେ ରକ୍ତର ହୋଲି । 12 ବର୍ଷର ବାଳକକୁ ଅତି ନିର୍ମମ ଭାବେ ହତ୍ୟା କଲେ ତିନି ନାବାଳକ। ସାଇକେଲ ଚେନରେ ତଣ୍ଟି ଚିପିବା ପରେ ମୁଣ୍ଡକୁ ପଥରରେ ଛେଚିଲେ। ପରେ ଛୁରୀରେ ଗଳାକାଟି ହତ୍ୟା କରିବା ପରେ ବ୍ୟାଗରେ ମୃତଦେହକୁ ପୁରାଇ ପଥର ଗଦାରେ ଫୋପାଡି ଦେଲେ ତିନି ନାବଳକ। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ମଧ୍ୟପ୍ରେଦଶର ସେଓନି ଜିଲ୍ଲାରେ। ହତ୍ୟାକାଣ୍ଡ ଘଟାଇଥିବା ନାବାଳକକଙ୍କ ସାଙ୍ଗ ହେଉଛନ୍ତି ମୃତକ ଜଣଙ୍କ।

ଜଣେ ମହିଳା ପଥର ଗଦାରେ ରକ୍ତଜୁଡୁବୁଡୁ ବ୍ୟାଗ ଦେଖି ପୋଲିସକୁ ଖବର ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା। ପୋଲିସ ତିନି ନାବାଳକଙ୍କୁ କାବୁ କରି କୋର୍ଟରେ ହାଜର କରିବା ପରେ ବାଳ ସୁଧାର ଗୃହକୁ ପଠାଇଦେଇଥିବା ଜଣାପଡିଛି। ପୁର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଧେହ କରୁଛି।

ଏହା ମଧ୍ୟ ପଢନ୍ତୁ-Same-Sex Relationship: ଭଉଣୀର ନଣନ୍ଦ ପ୍ରେମରେ ବାୟା ଯୁବତୀ, ଘରୁ ଫେରାର ହୋଇ କଲେ ବିବାହ

ଜଣେ ପୋଲିସ ଅଧିକାରୀ କହିଛନ୍ତି , '' ତିନି ହତ୍ୟାକାରୀଙ୍କ ମଧ୍ୟରେ ଦୁଇ ଜଣ ସମ୍ପର୍କରେ ଭାଇ ହେବେ। ତିନି ଜଣଙ୍କ ବୟସ 11ରୁ 16 ବର୍ଷ ମଧ୍ୟରେ। ସେମାନେ ମୃତକ ନାବାଳକଙ୍କୁ ସେଓନି ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ 28 କିଲୋମିଟର ଦୂରରେ ଥିବା ମାଗାର୍କଥା ଗାଁର ଏକ ନିଛାଟିଆ ସ୍ଥାନକୁ ଡାକିଥିଲେ। ଏହାପରେ ସେଠାରେ ଅତି ନିର୍ମମ ଭାବେ ତାଙ୍କୁ ହତ୍ୟା କରିଥିଲେ। ''

ସେ ଆହୁରି ମଧ୍ୟ କହିଛନ୍ତି , ''ନାବାଳକ ଜଣଙ୍କୁ ତିନି ନାବାଳକ ଅଭ୍ୟାସଗତ ଅପରାଧି ଭାବେ ହତ୍ୟା କରିଛନ୍ତି। ପ୍ରଥମେ ସେମାନେ ହତ୍ୟାକାଣ୍ଡ ଘଟାଇବା ନେଇ ଯୋଜନା କରିଥିଲେ। ଏହାପରେ ଏକ ନିଛାଟିଆ ସ୍ଥାନକୁ ମୃତକ ଜଣଙ୍କୁ ଡାକିଥିଲେ। ଏହାପରେ ସେଠାରେ ସାଇକେଲ ଚେନରେ ନାବଳକର ତଣ୍ଟିକୁ ଚିପି ଦେଇଥିଲେ। ସେ ଚତ୍କାର କରିବାରୁ ଏକ ପଥରରେ ତାର ମୁଣ୍ଡକୁ ଛେଚି ଦେଇଥିଲେ। ଏତିକିରେ ରାଗ ନକମିବାରୁ ଏକ ଛୁରୀରେ ତାର ଗଳାକୁ କାଟି ହତ୍ୟା କରିଥିଲେ। ''

''ପରେ ମୃତଦେହକୁ ଏକ ବ୍ୟାଗରେ ଭର୍ତ୍ତି କରି ପଥର ଗଦାରେ ଫୋପାଡି ଦେଇଥିଲେ। ସେହି ସମୟରେ ଜଣେ ମହିଳା ଏହା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ତିନି ହତ୍ୟାକାରୀ ନାବଳକଙ୍କୁ କାବୁ କରିଥିଲା। ତେବେ କେଉଁ କାରଣରୁ ନାବାଳକଙ୍କୁ ହତ୍ୟା କରାଯାଇଛି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.