ETV Bharat / bharat

ରାଜଧାନୀରେ ନାବାଳକକୁ ଗଣଦୁଷ୍କର୍ମ, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୀଡିତ

author img

By

Published : Oct 2, 2022, 10:30 AM IST

ଜଣେ ୧୨ ବର୍ଷୀୟ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ପରେ ଗୁପ୍ତାଙ୍ଗରେ ରଡ୍ ପୁରାଇଲେ ୪ ନାବାଳକ । ହସ୍ପିଟାଲରେ ଆଖି ବୁଜିଲେ ପୀଡିତ । ଅଧିକ ପଢନ୍ତୁ

୧୨ ବର୍ଷୀୟ ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ, ଚାଲିଗଲା ଜୀବନ

ନୂଆଦିଲ୍ଲୀ: କାମନାରେ ଅନ୍ଧ ହୋଇ ସାଙ୍ଗ ଘଟାଇଲେ ବର୍ବର କାଣ୍ଡ । ୧୨ ବର୍ଷୀୟ ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଲେ ୪ ନାବାଳକ ସାଙ୍ଗ । ଏତିକିରେ ମନ ମାନିଲାନି ଯେ ଅପ୍ରାକୃତିକ ସେକ୍ସ କରିବା ପରେ ନାବାଳକର ଗୁପ୍ତାଙ୍ଗରେ ରଡ୍ ଭର୍ତ୍ତି କରିଦେଲେ । ଶେଷରେ ଯନ୍ତ୍ରଣା ସହି ନପାରି ହସ୍ପିଟାଲ ବେଡ୍‌ରେ ଆଖି ବୁଜିଲା ୧୨ ବର୍ଷର ପୁଅ(Boy Sexually Assaulted By Friends Dies)। ସମସ୍ତଙ୍କୁ ହତବାକ୍ କଲାପରି ଏଭଳି ବୀଭତ୍ସ କାଣ୍ଡ ଘଟିଛି ଦିଲ୍ଲୀର ସୀଲମପୁର ଅଞ୍ଚଳରେ । ତେବେ ଏହି କୁକର୍ମରେ ସାମିଲ ସମସ୍ତ ଅଭିଯୁକ୍ତଙ୍କ ବୟସ ମାତ୍ର ୧୦ରୁ ୧୨ ବର୍ଷ ହୋଇଥିବା ଜଣାପଡିଛି । ଏତେ କମ୍ ବୟସରେ ଏଭଳି ବିକୃତ ମାନସିକତା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୫ ତାରିଖରେ ସୀଲମପୁର ଅଞ୍ଚଳର ୧୨ ବର୍ଷୀୟ ନାବାଳକ ସହ ୪ ଜଣ ନାବାଳକ ଅପ୍ରାକୃତିକ ସେକ୍ସ କରିଥିଲେ । ଏହି କୁକର୍ମ ଘଟାଇଥିବା ନାବାଳକଙ୍କ ମଧ୍ୟରେ ପୀଡିତଙ୍କ ଦାଦାପୁଅ ଭାଇ ମଧ୍ୟ ସାମିଲ ଥିଲା । ସେମାନେ ପ୍ରଥମେ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିଥିଲେ । ଏହାପରେ ତାଙ୍କର ପ୍ରାଇଭେଟ ପାର୍ଟ ବା ଗୁପ୍ତାଙ୍ଗରେ ରଡ୍ ପୁରାଇ ଦେଇଥିଲେ । ଗୁରୁବାର ଅବସ୍ଥାରେ ପରିବାର ଲୋକେ ପୀଡିତଙ୍କୁ ଏଲଏନଜେପି ହସ୍ପିଟାଲକୁ (LNJP hospital) ନେଇଥିଲେ । ହେଲେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ନାବାଳକଙ୍କ ମୃତ୍ୟୁ ହୋଇଯାଇଛି ।

ଏହାମଧ୍ୟ ପଢନ୍ତୁ: ଜୀବନଠୁ ସମ୍ପତ୍ତି ହେଲା ମୂଲ୍ୟବାନ, ଦସ୍ତଖତ ପାଇଁ ICUରୁ ଆସିଲେ ରୋଗୀ

ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ପୀଡିତଙ୍କ ପରିବାର ଲୋକଙ୍କ ସହ ସମ୍ପର୍କ କରିଥିଲା । କିନ୍ତୁ ଘଟଣା ସମ୍ପର୍କରେ ସେମାନେ କିଛି କହିବାକୁ ମନା କରିଦେଇଥିଲେ । ପରେ ସାମାଜିକ ସଂସ୍ଥା ଦ୍ବାରା ପରିବାର ଲୋକଙ୍କ କାଉନସେଲିଂ କରାଯାଇଥିଲା ଏବଂ ସେମାନେ ବୟାନ ଦେଇଥିଲେ । ଦିଲ୍ଲୀ ମହିଳା କମିଶନ ଏ ସମ୍ପର୍କରେ ପୋଲିସକୁ ନୋଟିସ ଜାରି କରିଥିଲେ । ଏହାପରେ ପୀଡିତଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବା ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି । ପୋଲିସ ୨ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି । ତେବେ ମାତ୍ର ୧୦ରୁ ୧୨ ବର୍ଷ ବୟସରେ ଏହି ନାବାଳକମାନଙ୍କ ଏଭଳି କୁକର୍ମ ସମସ୍ତଙ୍କୁ ଆଶ୍ଚର୍ଯ୍ୟନ୍ବିତ କରିଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.