ଚେନ୍ନାଇ: ଭାରତୀୟ ମତ୍ସ୍ୟବୀଜୀଙ୍କୁ ଗିରଫ କଲା ମାଳଦ୍ବୀପ ତଟରକ୍ଷୀ ବାହିନୀ । ଗତ 23 ତାରିଖରେ ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏନେଇ ସେମାନେ ନିଜ ସେମାନଙ୍କ ପରିବାର ଲୋକଙ୍କୁ ଅବଗତ କରାଇଥିବା ଜଣାପଡିଛି । ସୂଚନା ଅନୁସାରେ, ତାମିଲନାଡୁର ଦକ୍ଷିଣ ଥୋଥୁକୁଡି ଜିଲ୍ଲାର ଥାରୁଭାଇକୁଲମରୁ ଆସିଥିବା ମତ୍ସ୍ୟଜୀବୀମାନେ ଦକ୍ଷିଣ ଆରବ ସାଗରରେ ମାଛ ଧରୁଥିଲେ । ଗତ 20 ତାରିଖରେ ସେମାନେ ଏକ ଘୂର୍ଣ୍ଣିବଳୟ ସମ୍ପର୍କରେ ସତର୍କ ସୂଚନା ପାଇବା ପରେ ନିରାପତ୍ତା ପାଇଁ ଥିନାଡୁ ଦ୍ବୀପ ନିକଟ ମାଳଦ୍ବୀପ ସାମୁଦ୍ରିକ ଅଞ୍ଚଳକୁ ଆଶ୍ରୟ ନେବାକୁ ଯାଇ ଫସିଯାଇଛନ୍ତି । ସେହି ସମୟରେ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।
ମତ୍ସ୍ୟଜୀବୀମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କର ଡଙ୍ଗା ମଧ୍ୟ ଜବତ କରାଯାଇଛି । ଜବତ ହୋଇଥିବା ଏହି ବୋଟ୍ ମାଇକେଲ ପାକିଅରାଜଙ୍କ ମାଲିକାନାରେ ଥିବା ଜଣାପଡିଛି । ଗିରଫ ହୋଇଥିବା ମତ୍ସଜୀବୀମାନେ ହେଲେ ଉଦୟକୁମାର, ମାଇକେଲରାଜ, ସେଲଭାସେକରନ,ଆଦିନାରାୟଣନ, ମହେଶ କୁମାର, ମଦେଶ କୁମାର, ମନି, ଶକ୍ତି । ମାଲଦ୍ବୀପର ନୂତନ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ମହମ୍ମଦ ମୁଇସୁ । ସେ ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ଭାରତ ପ୍ରତି ମାଳଦ୍ବୀପ କଠୋର କାର୍ଯ୍ୟକଳାପ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ଏହାରି ଭିତରେ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯିବା ପରେ ଏହି ଘଟଣା ଚିନ୍ତାର କାରଣ ପାଲଟିଛି ।
ଏହା ବି ପଢନ୍ତୁ...ପାରାଦ୍ୱୀପ ଡଙ୍ଗା ବୁଡ଼ି ଘଟଣା, ଦୁଇଦିନ ପରେ ବି ୩ ନିଖୋଜଙ୍କ ମିଳୁନି ପତ୍ତା
ଏହା ବି ପଢନ୍ତୁ...ଢେଉ ମାଡ଼ରେ ଦୁଇ ଫାଳ ହେଲା ଡଙ୍ଗା, ଭଙ୍ଗା ଡଙ୍ଗାକୁ ସାହାରା କରି 4 ମତ୍ସଜୀବୀ ଉଦ୍ଧାର
ତିରୁଭାନକୁଲମର ସ୍ଥାନୀୟ ମତ୍ସ୍ୟଜୀବୀ ସମ୍ପ୍ରଦାୟ ତୁରନ୍ତ ସେମାନଙ୍କ ସହକର୍ମୀ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ଏନେଇ ଉଦ୍ଧାର ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବାକୁ ତାମିଲନାଡୁର ମତ୍ସ୍ୟଜୀବୀମାନେ ଦାବି କରିଛନ୍ତି । ସେପଟେ ଏହି ଗିରଫଦାରୀ ଘଟଣାକୁ ନେଇ ବୈଦଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି ତାମିଲନାଡୁ ରାଜ୍ୟ ବିଜେପି ସଭାପତି କେ ଅନ୍ନାମଲାଇ । ଗିରଫ ହୋଇ ମାଳଦ୍ବୀପରେ ଥିବା ୧୨ ଜଣ ମତ୍ସଜୀବୀଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।
ଏହା ବି ପଢନ୍ତୁ...ପାରାଦ୍ୱୀପ ମୁହାଣରେ ବୁଡ଼ିଲା ମାଛଧରା ବୋଟ; 5 ଜଣ ମତ୍ସ୍ୟଜୀବୀ ଉଦ୍ଧାର, 3 ନିଖୋଜ
ଏହା ବି ପଢନ୍ତୁ...ଅପହରଣ ପରେ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲେ ଆର୍ଯ୍ୟପଲ୍ଲୀର ମତ୍ସ୍ୟଜୀବୀ