ETV Bharat / bharat

ଶନିବାର ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ 12 ଚିତା - ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବ ଚିତା

ଆସନ୍ତା ଶନିବାର ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିବ 12 ଚିତା । ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯିବ । ଅଧିକ ପଢ଼ନ୍ତୁ

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବ ଚିତା
south african cheetahs come to india
author img

By

Published : Feb 14, 2023, 9:29 AM IST

ଭୋପାଳ: ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିବେ 12 ଚିତା । ଆସନ୍ତା ଶନିବାର ମଧ୍ୟାହ୍ନ 12ଟା ସମୟରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ 12 ଚିତା ପହଞ୍ଚିବେ । ଏହିପରି ଭାବେ ଦକ୍ଷିଣ ଆଫ୍ରିକାରୁ 100ରୁ ଅଧିକ ଚିତାବାଘ ଭାରତ ଅଣାଯିବ । ଗତ ବର୍ଷ ସେପ୍ଚେମ୍ବରରେ ନାମିବ୍ୟାକୁ 8ଟି ଚିତା ଭାରତକୁ ଅଣାଯାଇଥିଲା । ଭାରତ ଚିତା ପ୍ରକଳ୍ପର ବନ୍ୟଜନ୍ତୁ ବିଶେଷଜ୍ଞ ସୋମବାର ଏନେଇ ସୂଚନା ଦେଇଛନ୍ତି ।

ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସୁଥିବା 12 ଚିତାଙ୍କ ମଧ୍ୟରେ 7 ଜଣ ଅଣ୍ଡିରା ଓ 5 ମାଇ ଚିତା ରହିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକାର ଗୌଟେଙ୍ଗ ସ୍ଥିତ ତାମ୍ବୋ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ବିମାନ ଯୋଗେ ଚିତା ଭାରତ ଆସିବା ନେଇ ବିଶେଷଜ୍ଞ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ 12 ଚିତା ମଧ୍ୟପ୍ରଦେଶର ଗ୍ବାଲିୟର ଏୟାର ଫୋର୍ସ ବେସରେ ପହଞ୍ଚିବ । ଏହାର ଅଧଘଣ୍ଟା ପରେ ସେମାନଙ୍କୁ IAF ହେଲିକପ୍ଟର ଯୋଗେ 165 କିଲୋମିଟର ଦୂରତାରେ ଅବସ୍ଥିତ ଶୋପୁର ଜିଲ୍ଲାର କୁନୋ ଜାତୀୟ ଉଦ୍ୟାନକୁ ନିଆଯିବ । ଏହାପରେ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯିବ ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Aero India 2023: ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ନୂଆ ଭାରତ ସାମର୍ଥ୍ୟର ସାକ୍ଷୀ ହେଲା ବେଙ୍ଗାଲୁରୁ ଆକାଶ

ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଚିତାଙ୍କ ପାଇଁ 10ଟି କ୍ୟାରେଣ୍ଟାଇନ ଖୁଆଡ଼ର ବ୍ୟବସ୍ଥା କରାଯାଇଥିବା କୁନୋ ଜାତୀୟ ଉଦ୍ୟାନର ନିର୍ଦ୍ଦେଶକ ଉତ୍କଳ ଶର୍ମା କହିଛନ୍ତି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ସୂଚନା ଥାଉକି, ଦକ୍ଷିଣ ଆଫ୍ରିକାରୁ 12ଟି ଚିତା ଭାରତକୁ ଆସିବା ନେଇ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ପ୍ରତ୍ୟେକ ଚିତା ପାଇଁ ଭାରତକୁ 3 ହଜାର ଆମେରିକୀୟ ଡଲାର ଦେବାକୁ ପଡ଼ିବ ।

ଏହା ମଧ୍ୟ ପଢ଼ନ୍ତୁ: LokSabha News: ଭାରତରେ ବଢୁଛି ଆତ୍ମହତ୍ୟା ପ୍ରବଣତା, 2ବର୍ଷରେ 4 ଲକ୍ଷ 50 ହଜାର ହାରିଲେଣି ଜୀବନ

ଆଗାମୀ 8ରୁ 10 ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା ବାର୍ଷିକ 12 ଚିତା ପଠାଇବ । ଗତବର୍ଷ ସେପ୍ଟେମ୍ବରରେ ନାମିବ୍ୟାରୁ 8ଟି ଚିତା ଭାରତକୁ ଅଣାଯାଇଥିଲା । ଏବେ ଶନିବାର ଆଉ 12ଟି ଚିତା ଆସି ପହଞ୍ଚିବେ । ଦୀର୍ଘ 70 ବର୍ଷ ପରେ ଗତ ବର୍ଷ ସେପ୍ଟେମ୍ବରରେ ଭାରତରେ ଚିତା ଦେଖିବାକୁ ମିଳିଥିଲା । ସେପ୍ଟେମ୍ବର 17ରେ ନାମିବ୍ୟାରୁ ଆସିଥିବା 8 ଚିତାଙ୍କୁ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିଲା । ଏଥିରେ 3 ଅଣ୍ଡିରା ଓ 5ଟି ମାଇ ଚିତା ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.