ETV Bharat / bharat

12 MP suspended: ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ, ମିଳିତ ବିବୃତ୍ତିରେ କହିଲେ ଅଗଣତାନ୍ତ୍ରିକ

author img

By

Published : Nov 29, 2021, 5:36 PM IST

ଗତ ମୌସୁମୀ ଅଧିବେଶନ (monsoon session)ରେ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭାରୁ ନିଲମ୍ବନ ହେଲେ ୧୨ ସାଂସଦ (12 RS MP)। ଚଳିତ ଅଧିବେଶନ (winter session)ରେ କରିପାରିବେ ନାହିଁ ଅଂଶ ଗ୍ରହଣ । ଅଧିକ ପଢନ୍ତୁ

12 RS MP suspended: winter sessionରେ ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଗତ ମୌସୁମୀ ଅଧିବେଶନ (Monsoon session)ରେ ହଟ୍ଟଗୋଳ ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଚଳିତ ଅଧିବେଶନ (winter session)ରୁ ନିଲମ୍ବିତ ହୋଇଛନ୍ତି ୧୨ ରାଜ୍ୟସଭା ସାଂସଦ (12 Rajya Sabha MPs suspended for rest of winter session) ।

କଂଗ୍ରେସ, ଟିଏମସି ଓ ଶିବସେନାର ମୋଟ ୧୨ ଜଣ ସଦସ୍ୟଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଅଧିବେଶନରୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ସଦସ୍ୟମାନେ ଚଳିତ ଶୀତ ଅଧିବେଶନ (winter session)ର କୌଣସି କାର୍ଯ୍ୟଦିବସରେ ଅଂଶ ଗ୍ରହଣ କରିପାରିବେ ନାହିଁ ।

ନିଲମ୍ବିତ ସାସଂଦ ତାଲିକାରେ, ୬ ଜଣ କଂଗ୍ରେସ ସାଂସଦ, ଶିବସେନା ଏବଂ TMCରୁ ୨ ଜଣ ଲେଖାଏଁ ଥିବାବେଳେ ଏବଂ CPM ଏବଂ CPIରୁ ଜଣେ ଲେଖାଏଁ ସଦସ୍ୟ ରହିଛନ୍ତି । ନିଲମ୍ବିତ କଂଗ୍ରେସ ସାଂସଦମାନେ ହେଉଛନ୍ତି ଫୁଲ ଦେବୀ ନେତମ, ଛାୟା ବର୍ମା, ରିପୁନ ବୋରା, ରାଜାମଣି ପଟେଲ, ସୟଦ ହୁସେନ୍ ଏବଂ ଅଖିଳେଶ ସିଂ । ସେହିପରି ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ, ଅନିଲ ଦେଶାଇ ଏବଂ TMC ର ଡୋଲା ସେନ୍, ଶାନ୍ତା ଛତ୍ରୀ ନିଲମ୍ବନ ତାଲିକାରେ ରହିଛନ୍ତି ।

ସିପିଏମ(CPM) ସାଂସଦ ଏଲାରାମ କରିମ ଏବଂCPIରୁ ବିନୟ ବିଶ୍ୱାମଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି । ଏହି ନିଲମ୍ବିତ ସଦସ୍ୟମାନେ ଚଳିତ ଅଧିବେଶନରେ ଭାଗ ନେଇପାରିବେ ନାହିଁ । ଗତ ଅଧିବେଶନରେ ଏମାନେ ଗୃହରେ ହଟ୍ଟଗୋଳ କରିବା ସହ ବିଶୃଙ୍ଖଳିତ ଆଚରଣ ପାଇଁ ଗୃହକୁ ମୁଲତବୀ କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ ।

ଏହି କାର୍ଯ୍ୟାନୁଷ୍ଠାନକୁ ନ୍ୟାୟ ସଙ୍ଗତ ନୁହେଁ ବୋଲି ଦର୍ଶାଇଛନ୍ତି କଂଗ୍ରେସ ସାଂସଦ ଛାୟା ବର୍ମା । ସେହିପରି ଅନ୍ୟ ଜଣେ ନିଲମ୍ବିତ କଂଗ୍ରେସ ସାଂସଦ ରିପନ ବୋରା କହିଛନ୍ତି , ସେମାନେ କୃଷକଙ୍କ ସ୍ବାର୍ଥ ପାଇଁ ଗୃହରେ ପ୍ରଶ୍ନ ଉଠାଇବା ସହ ପ୍ରତିବାଦ କରିଥିଲେ । ଜନ ପ୍ରତିନିଧି ଭାବେ ଏହା ତାଙ୍କର ଦାୟିତ୍ବ ମଧ୍ୟ । ଏଣୁ ଏହି ନିଲମ୍ବନ ଅମୁଳକ ଓ କ୍ଷମତାର ମନଇଚ୍ଛା ବ୍ୟବହାର କରାଯାଉଥିବା କହିଛନ୍ତି ରିପନ ।

ସେହିପରି ଶିବସେନାର ନିଲମ୍ବିତ ସାଂସଦ ପ୍ରିୟଙ୍କା ଚତୂର୍ବେଦୀ ଉକ୍ତ ଅଧିବେଶନରେ ହୋଇଥିବା ବିଶୃଙ୍ଖଳିତ ଆଚରଣ ଅଭିଯୋଗକୁ ଖଣ୍ଡନ କରିବା ସହ ଉକ୍ତ ଦିନର CCTV ଫୁଟେଜ ଯାଞ୍ଚ କରିବାକୁ କହିଛନ୍ତି । ସେହିପରି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସେମାନଙ୍କ ପକ୍ଷ ରଖିବା ପାଇଁ ସୁଯୋଗ ଦିଆଯାଇନଥିବା ମଧ୍ୟ ଅଭିଯୋଗ କରିଛନ୍ତି ପ୍ରିୟଙ୍କା ।

ଏପଟେ ନିଲମ୍ବିତ ସମସ୍ତ ସାଂସଦ ମିଳିତ ବିବୃତ୍ତି ଜାରି କରି କହିଛନ୍ତି, ଏହି ନିଲମ୍ବନାଦେଶ ଅଗଣତାନ୍ତ୍ରିକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.