ନୂଆଦିଲ୍ଲୀ: ଆଜି ବିଶ୍ବ ଶିଶୁ ଦିବସ ( World Children's Day) ପାଳନ କରାଯାଉଥିବାବେଳେ ପାକିସ୍ତାନରେ ଜଣେ ସଂଖ୍ୟାଲଘୁ ନାବାଳକୁ ବର୍ବରତାର ହତ୍ୟା ଖବର ସାମ୍ନାକୁ ଆସିଛି । ପାକିସ୍ତାନର ସିନ୍ଧ ପ୍ରଦେଶରେ 11 ବର୍ଷୀୟ ହିନ୍ଦୁ ନାବାଳକକୁ ଯୌନ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ଜଣାପଡିଛି ।
ତେବେ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ନାବାଳକ ଜଣଙ୍କ ଗତକାଲି (ଶୁକ୍ରବାର) ଠାରୁ ନିଖୋଜ ଥିବାବେଳେ ପରେ ଆଜି (ଶନିବାର)ପାକିସ୍ତାନ ଖୈରପୁର ମିରର ବାବରଲୋଇ ସହରରେ ତାଙ୍କ ମୃତଦେହ ଠାବ ରହିଛି । ମତଦେହ ଉଦ୍ଧାର ପରେ ଏହା ଏକ ଯୌନ ନିର୍ଯାତନା ଓ ପରେ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ପୋଲିସ କହିଛି ।
ପରିବାର ସଦସ୍ୟଙ୍କ କହିବା ଅନୁସାରେ, ୧୧ ବର୍ଷୀୟ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ନାବାଳକଜଣଙ୍କ ଗତକାଲି( ଶୁକ୍ରବାର) ସଂନ୍ଧ୍ୟାରେ ନିଖୋଜ ହୋଇଯାଇଥିଲେ । ଗୁରୁ ନାନକଙ୍କ ଜନ୍ମଦିନ କାର୍ଯ୍ୟକ୍ରମରେ ପୁରା ପରିବାର ବ୍ୟସ୍ତ ଥିବାବେଳେ ଘଟଣା ସମ୍ପର୍କରେ ଜାଣିପାରିନଥିଲେ । ଘଟଣା ସମ୍ପର୍କରେ ଜଣାପଡିବା ପରେ ପୋଲିସରେ ମଧ୍ୟ ଅଭିଯୋଗ ମଧ୍ୟ କରାଯାଇଥିଲା । ଖୋଜାଖୋଜି ପରେ ବାବରଲୋଇ ପୋଲିସ ଷ୍ଟେସନ ଅଧୀନ ଏକ ସ୍ଥାନରେ ଥିବା ଏକ ପରତ୍ୟକ୍ତ ଘରେ ନାବାଳଙ୍କ ମୃତଦେହ ଉଦ୍ଧାର ହୋଇଛି ।
ମୃତଦେହ ମିଳିବା ପରେ ପୋଲିସ ଏବଂ ଶିଶୁ ସୁରକ୍ଷା ପ୍ରାଧିକରଣର ସ୍ଥାନୀୟ ଅଧିକାରୀ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ପୋଲସି ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଯୌନ ନିର୍ଯାତନା ଓ ପରେ ହତ୍ୟା କରିଥିବା ନେଇ ସ୍ବୀକାର ମଧ୍ୟ କରିଥିବା ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ