ETV Bharat / bharat

ସିଗାରେଟ୍ ପିଉଥିଲେ ଜୁନିୟର; ଅଭିଯୋଗ କରିବାରୁ ଯୁକ୍ତ ଦୁଇ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା

author img

By

Published : Jul 29, 2023, 3:50 PM IST

ଜୁନିଅର ଛାତ୍ର ସିଗାରେଟ ପିଉଥିବା ନେଇ ଶିକ୍ଷକଙ୍କୁ ଅଭିଯୋଗ କରିବାରୁ ସିନିୟର ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା । ଅଧିକ ପଢନ୍ତୁ

11th class student killed senior student

ଅଭିଯୋଗ କରିବାରୁ ଯୁକ୍ତ ଦୁଇ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା

ଭୋପାଳ: ମଧ୍ୟପ୍ରଦେଶ ଇନ୍ଦୋରରେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କୁ ହତ୍ୟା କରାଯାଇଛି । ଛାତ୍ରଙ୍କର ଦୋଷ ଏତିକି ଥିଲା ଯେ, ଜୁନିଅର ଛାତ୍ର ସିଗାରେଟ୍ ପିଉଥିବାର ସେ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ । ଏହାର ପ୍ରତିଶୋଧ ନେବାକୁ ଦୁଇ ଜଣ ଜୁନିଅର ଛାତ୍ର ସ୍କୁଲ ବାହାରେ ତାଙ୍କୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତ ଛାତ୍ରଙ୍କ ନାମ ସମର୍ଥ କୁଶବାହ । ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତ ନାବାଳକକୁ ଗିରଫ କରିନେଇଛି । ଅନ୍ୟ ଜଣକୁ ଖୋଜାଖୋଜି କରୁଛି ।

ଘଟଣାଟି ଇନ୍ଦୋର ତୁକୋଗଞ୍ଜ ଥାନା ଅନ୍ତର୍ଗତ ବିବେକାନନ୍ଦ ସ୍କୁଲର । ସ୍କୁଲ ପରିସରରେ ଏକାଦଶ ଶ୍ରେଣୀର ଛାତ୍ର ସିଗାରେଟ ପିଉଥିଲେ । ଏହାଦେଖି ଯୁକ୍ତ ଦୁଇରେ ପଢୁଥିବା ସମର୍ଥ କୁଶବାହ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ ଏବଂ ଭିଡିଓ ଦେଖାଇଥିଲେ । ଏହାପରେ ଶିକ୍ଷକ ସିଗାରେଟ ଟାଣୁଥିବା ଛାତ୍ରଙ୍କୁ ଡାକି ତାଗିଦ୍ କରିଥିଲେ । ଏଥିରେ ଖୁବ୍ ରାଗି ଯାଇଥିଲେ ସମ୍ପୃକ୍ତ ଛାତ୍ର ଏବଂ ସମର୍ଥଙ୍କ ଠାରୁ ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ ।

ଏହାମଧ୍ୟ ପଢନ୍ତୁ: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା: ୧୦ ଫୁଟ ଗାତ ଖୋଳି ପୋତିଦେଲା ପଡୋଶୀ

ସ୍କୁଲ ଛୁଟି ହେବା ପରେ ସମର୍ଥ ଘରକୁ ଫେରୁଥିଲେ । ଏତିକି ବେଳେ ବାଟରେ ଦୁଇ ଜଣ ଜୁନିଅର ତାଙ୍କୁ ଅଟକାଇ ଥିଲେ ଓ ନିସ୍ତୁକ ମାଡ ମାରିବା ସହ ଛୁରୀ ଭୁସି ଦେଇଥିଲେ । ଆକ୍ରମଣରେ ଛାତ୍ର ଜଣକ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବାବେଳେ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ସମର୍ଥ । ଏହି ଖବର ମିଳିବା ପରେ ତୁକୋଗଞ୍ଜ ପୋଲିସ ଜଣେ ନାବାଳକକୁ ଗିରଫ କରିଛି ।

ଏହାମଧ୍ୟ ପଢନ୍ତୁ: Cracker Godown Explosion: ବାଣ ଗୋଦାମରେ ବିସ୍ଫୋରଣ ଘଟି 5 ମୃତ

ପୋଲିସ କହିଛି ଯେ, ସିଗାରେଟ ଟାଣିବା ସମ୍ପର୍କରେ ଶିକ୍ଷକଙ୍କୁ ଅଭିଯୋଗ କରିବାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଛି । ସମର୍ଥଙ୍କୁ ହତ୍ୟା କରିଥିବା ଦୁଇ ଛାତ୍ରଙ୍କ ଭିତରୁ ଜଣେ ଗିରଫ ହୋଇଛି ଓ ଅନ୍ୟ ଅଭିଯୁକ୍ତକୁ ଖୋଜାଖୋଜି କରାଯାଉଛି । ଛାତ୍ର ସିଗାରେଟ ପିଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ସମର୍ଥ ନିଜ ଶିକ୍ଷକଙ୍କୁ ଦେଖାଇଥିଲେ । ତେବେ ଶିକ୍ଷକଙ୍କୁ ଅଭିଯୋଗ କରିବା ନେଇ ଛାତ୍ର ଆଉ ଜଣେ ଛାତ୍ରଙ୍କୁ ହତ୍ୟା କରିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.