ETV Bharat / bharat

ଟାଟା ଷ୍ଟିଲ୍‌କୁ ପରିବେଶ ଚିନ୍ତା, ଖସାଇଲା ୧୧୦ ମିଟର ଉଚ୍ଚ ଚିମିନି

ଟାଟା ଷ୍ଟିଲ୍‌କୁ ପରିବେଶ ଚିନ୍ତା । ଖସାଇଲା ୧୧୦ ମିଟର ଉଚ୍ଚ ଚିମିନି । ଜାମସେଦପୁର ଟାଟା ଷ୍ଟିଲ୍‌ର ୨୭ ବର୍ଷର ଏକ ପୁରୁଣା ଚିମିନିକୁ ଖସାଇ ଦିଆଯାଇଛି । ଏହି ଚିମିନିକୁ ଭାଙ୍ଗିବାକୁ ପ୍ରାୟ ୧୧ ସେକେଣ୍ଡ ସମୟ ଲାଗିଥିଲା । ଅଧିକ ପଢ଼ନ୍ତୁ

110 meter tall chimney of tata steel plant in jamshedpur brought down
ଟାଟା ଷ୍ଟିଲ୍‌କୁ ପରିବେଶ ଚିନ୍ତା, ଖସାଇଲା ୧୧୦ ମିଟର ଉଚ୍ଚ ଚିମିନି
author img

By

Published : Nov 27, 2022, 10:56 PM IST

ରାଞ୍ଚି: ଟାଟା ଷ୍ଟିଲ୍‌କୁ ପରିବେଶ ଚିନ୍ତା । ଖସାଇଲା ୧୧୦ ମିଟର ଉଚ୍ଚ ଚିମିନି । ଜାମସେଦପୁର ଟାଟା ଷ୍ଟିଲ୍‌ର ୨୭ ବର୍ଷର ଏକ ପୁରୁଣା ଚିମିନିକୁ ଖସାଇ ଦିଆଯାଇଛି । ଏହି ଚିମିନିକୁ ଭାଙ୍ଗିବାକୁ ପ୍ରାୟ ୧୧ ସେକେଣ୍ଡ ସମୟ ଲାଗିଥିଲା । ଦକ୍ଷିଣ ଆଫ୍ରିକାର ଏଡିଫିକ୍ସ୍‌ ଇଞ୍ଜିନିୟରିଂ କମ୍ପାନୀ ଏହି ଚିମିନି ଭାଙ୍ଗିବା ଦାୟିତ୍ବ ନେଇଥିଲା । ସୁରକ୍ଷିତ ଭାବରେ ଭଙ୍ଗା ଯାଇଥିବା ଏହି ଚିମିନିର ଉଚ୍ଚତା ୧୧୦ ମିଟର ରହିଥିଲା ।

ଜାମସେଦପୁରେ ସ୍ଥାପିତ ୧୦୦ରୁ ଅଧିକ ପୁରୁଣା ଟାଟା ଷ୍ଟିଲ୍‌ କମ୍ପାନୀ ପରିବେଶକୁ ବଞ୍ଚାଇବା ପାଇଁ ନୂଆନୂଆ ଟେକ୍ନିକ୍‌ ଆପଣାଇ ଆସୁଛି । ଏହାକୁ ନେଇ କମ୍ପାନୀରେ ଅନେକ ପରିବର୍ତ୍ତନ କରାଯାଉଛି । ଏହି କ୍ରମରେ କମ୍ପାନୀରେ ବନ୍ଦ ଥିବା କୋକ୍‌ ପ୍ଲାଣ୍ଟ୍‌ର ବ୍ୟାଟେରୀ ନମ୍ବର ୫ର ୧୧୦ ମିଟର ଉଚ୍ଚତା ବିଶିଷ୍ଟ ଏକ ଚିମିନିକୁ ଭାଙ୍ଗି ଦିଆଯାଇଛି । ରବିବାର ସକାଳ ୧୧ଟା ବେଳେ ଏହାକୁ ଭଙ୍ଗା ଯାଇଥିଲା । ଭାଙ୍ଗିବା ପୂର୍ବରୁ ଏହାର ଆଖପାଖ ଅଞ୍ଚଳ ଖାଲି କରାଯାଇଥିଲା । ଯାହାଫଳରେ ଚିମିନି ଭଙ୍ଗାଯିବା ବେଳେ କୌଣସି କ୍ଷତି ଘଟିନାହିଁ ।

କିଛି ଦିନପୂର୍ବରୁ ହିଁ ନୋଏଡାରେ ବିଶାଳକାୟ ଟ୍ବିନ୍‌ ଟାୱାରକୁ ଖସାଇ ଦିଆଯାଇଥିଲା । ବର୍ତ୍ତମାନ ୧୧୦ ମିଟର ଉଚ୍ଚ ଚିମିନିକୁ ସଫଳତାର ସହ ଖସାଇ ଦିଆଯାଇଛି । ଏହାକୁ ନେଇ ଟାଟା ଷ୍ଟିଲ୍‌ର ଉପାଧ୍ୟକ୍ଷ ଅବନିଶ ଗୁପ୍ତା ସୂଚନା ଦେଇଛନ୍ତି । ପରିବେଶ ସୁରକ୍ଷା ପାଇଁ ଏଠାରେ ଟାଟା ଷ୍ଟିଲ୍‌ ନୂଆ ପ୍ଲାଣ୍ଟ ସ୍ଥାପନା କରିବ । ଏହାକୁ ନେଇ କମ୍ପାନୀ ପକ୍ଷରୁ ଜିଲ୍ଲା ପ୍ରଶାସନ, ଫ୍ୟାକ୍ଟ୍ରି ଇନ୍‌ସ୍ପେକ୍ଟର, ଓ ଅନ୍ୟାନ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ସହ ଅନୁମତି ପାଇଛି ।

ଏହାପରେ ୧୯୯୫ରେ ନିର୍ମିତ ହୋଇଥିବା ଏକ ଚିମିନିକୁ ମଧ୍ୟ ଖସାଇବାକ ନିଷ୍ପତ୍ତି ନେଇଛି ଟାଟା ଷ୍ଟିଲ୍‌ । ଏଥିପାଇଁ ବ୍ୟାରିକେଡିଂ ଆରମ୍ଭ ହୋଇଛି । ଆଜି ଯେଉଁ ଚିମିନିକୁ ଖସାଇ ଦିଆଯାଇଛି, ତାହା ମଧ୍ୟ ୧୯୯୫ରେ ନିର୍ମିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.