ଚଣ୍ଡୀଗଡ: ପଞ୍ଜାବର ଗୁରୁଦାସପୁର ନିକଟ ଅନ୍ତର୍ଜାତୀୟ ସୀମା ନିକଟରୁ ଗ୍ରେନେଡ ଜବତ । 11 ଟି ଗ୍ରେନେଟ ଜବତ କରିଛି ପଞ୍ଜାବ ପୋଲିସ । ଡ୍ରୋନ ମାଧ୍ୟମରେ ପାକିସ୍ତାନ ଏହି ଗ୍ରେନେଡ ପକାଇଥିବା ସୂଚନା ମିଳିଛି । ତେବେ ପଞ୍ଜାବ ପୋଲିସ ଗୁଳି ମାଡ କରି ପାକିସ୍ତାନୀ ଡ୍ରୋନ ଖସାଇଥିଲା ।
ଡିସେମ୍ବର 19 ଓ 20 ତାରିଖରେ ଏହି ଅଞ୍ଚଳରେ ଡ୍ରୋନ ବୁଲିଥିବା ନେଇ ସୀମା ସୁରକ୍ଷା ଦେଖିବାକୁ ପାଇଥିଲେ । ଏହାର ଖବର ପାଇବା ପରେ ବିଏସଏଫ ଯବାନଙ୍କ ପକ୍ଷରୁ ତୁରନ୍ତ ଏକ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ବିସ୍ଫୋରକ ସାମଗ୍ରୀ ରବିବାର ସନ୍ଧ୍ୟାରେ ସଲାଚୀ ଗାଁର ଜମିରୁ ଜବତ କରାଯାଇଛି । ଏହି ଗାଁ ଠାରୁ ମାତ୍ର 1 କିମି ଦୂରରେ ରହିଛି ଗୁରଦାସପୁର ସୀମା । ଏନେଇ ଗୁରଦାସପୁରର ପୋଲିସ ସୂଚନା ଦେଇଛି । ଗ୍ରେନେଡ ଗୁଡିକରୁ ଏକ କାଠ ବାକ୍ସ ଭିତରେ ଲୁଚାଇ ରଖାଯାଇଥିଲା ।
ବର୍ଷ 2019 ଅଗଷ୍ଟ ମାସରେ ପଞ୍ଜାବରେ ଡ୍ରୋନ ମାଧ୍ୟମରେ ବହୁ ଅସ୍ତ୍ରଶସ୍ତ୍ର ସହ ଗୁଳିଗୋଳା ପକାଇଥିଲା ପାକିସ୍ତାନ । ସମସ୍ତ ଅସ୍ତ୍ରଶସ୍ତ୍ରକୁ ସୁରକ୍ଷିତ ସହ ଉଦ୍ଧାର କରାଯାଇଥିଲା ।