ETV Bharat / bharat

ମଧ୍ୟପ୍ରଦେଶରେ 2ଟି ପୃଥକ ଦୁର୍ଘଟଣାରେ 11 ମୃତ

ମଧ୍ୟପ୍ରଦେଶରେ ଆଜି ଦୁଇ ପୃଥକ ଦୁର୍ଘଟଣା ଘଟି 11ଜଣଙ୍କ ମୃତ୍ୟୁ ଘଟିଛି । ଗୋଟିଏ ପୋଲ ଉପରୁ ଟ୍ରକ ଖସି ପଡିଥିବାବେଳେ ଅନ୍ୟଟି ଜଳପ୍ରପାତରେ ବୁଡି ମୃତ୍ୟୁ ହୋଇଛି ।

ମଧ୍ୟପ୍ରଦେଶରେ 2ଟି ପୃଥକ ଦୁର୍ଘଟଣା ଘଟି 11 ମୃତ

author img

By

Published : Nov 17, 2020, 6:16 PM IST

Updated : Nov 17, 2020, 7:19 PM IST

ଭୋପାଳ: ମଧ୍ୟପ୍ରଦେଶରେ ଆଜି ଦୁଇଟି ପୃଥକ ଦୁର୍ଘଟଣା ଘଟି 11ଜଣଙ୍କ ମୃତ୍ୟୁ ହୋଇଛି । ବୈତୁଲ ଜିଲ୍ଲାର ତବା ନଦୀ ପୋଲରୁ ଲୁହା ରଡ ଭର୍ତ୍ତି ଟ୍ରକ ଓଲଟି 6 ଜଣଙ୍କ ମୃତ୍ୟୁ ହୋଇଛି । ଡ୍ରାଇଭରଙ୍କ ସମେତ 5 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣାଟି ମଙ୍ଗଳବାର ସକାଳେ ଚୌପାନ ଥାନା ଅଞ୍ଚଳରେ ଘଟିଥିଲା । ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ସମସ୍ତ ମୃତକ ଶ୍ରମିକ ଉକ୍ତ ଜିଲ୍ଲାର ଘୋଡାଡୋଙ୍ଗ୍ରୀ ତହସିଲ ଅଞ୍ଚଳର ପିପ୍ରି ବାସିନ୍ଦା । ଉଦ୍ଧାର ମର ଶରୀରକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମଧ୍ୟପ୍ରଦେଶରେ 2ଟି ପୃଥକ ଦୁର୍ଘଟଣା ଘଟି 11 ମୃତ

ଅନ୍ୟ ଦୁର୍ଘଟଣାଟି ସାଗରର ରାହତଗଡ ଅଞ୍ଚଳର । ଜଳପ୍ରପାତରେ ବୁଡି 5 ଜଣଙ୍କ ମୃତ୍ୟୁ ହୋଇଛି । 3 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଜଣେ ଗୁରୁତର ଶିଶୁକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଏହି ସମସ୍ତେ ପିକନିକ କରିବାକୁ ଜଳପ୍ରପାତକୁ ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 17, 2020, 7:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.