ETV Bharat / bharat

ଅକ୍ସିଜେନ ଆସିବାରେ 5 ମିନିଟ୍ ବିଳମ୍ବ, ତିରୁପତି ରୁଇଆ ହସ୍ପିଟାଲରେ 11 ମୃତ

author img

By

Published : May 10, 2021, 11:47 PM IST

Updated : May 11, 2021, 10:09 AM IST

ପୁଣି ଅକ୍ସିଜେନ ଅଭାବରୁ ଅଭାବନୀୟ ଘଟଣା । ତିରୁପତିର ରୁଇଆ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଆଖି ବୁଜିଲେ 11 । ଅଧିକ ପଢନ୍ତୁ :

ତିରୁପତି ରୁଇଆ ହସ୍ପିଟାଲରେ ଅଘଟଣ, ଅକ୍ସିଜେନ ଅଭାବରୁ 11 ମୃତ

ତିରୁପତି: ଆନ୍ଧ୍ର ପ୍ରଦେଶର ତିରୁପତି ରୁଇଆ ସରକାରୀ ହସ୍ପିଟାଲରେ ଅକ୍ସିଜେନ ଅଭାବ । ଏଥିଯୋଗୁଁ 11 ଜଣ ପ୍ରାଣ ହରାଇ ଥିବାବେଳେ 13 ଜଣ ଗୁରୁତର ଅଛନ୍ତି । ସେହିପରି ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ହସ୍ପିଟାଲରେ 130 ଜଣ କୋଭିଡ ରୋଗୀ ଚିକିତ୍ସିତ ହେଉଥିଲେ ।

ଅକ୍ସିଜେନକୁ ରିଲୋଡ୍ କରିବାରେ 5 ମିନିଟ ବିଳମ୍ବ ହେବା କାରଣରୁ 11 ରୋଗୀଙ୍କ ମୃତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଚିତ୍ତୋର ଜିଲ୍ଲାପାଳ ଏମ ହରି ନାରାୟଣ । ତେବେ ତୁରନ୍ତ ଅକ୍ସିଜେନର ବ୍ୟବସ୍ଥା କରାଯାଇ ବାକି ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିଛି । ପ୍ରାୟ 30 ଡାକ୍ତର ତୁରନ୍ତ ଆଇସିୟୁ ଅଭିମୁଖେ ଯାଇଥିଲେ ଓ ରୋଗୀଙ୍କୁ ଯାଞ୍ଚ କରିଥିଲେ ।

ସେପଟେ ହସ୍ପିଟାଲରେ ଅକ୍ସିଜେନର ଅଭାବ ନଥିବା ଜିଲ୍ଲାପାଳ କହିଛନ୍ତି । ପ୍ରାୟ 100 ରୋଗୀ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଆଉ ବାକି 300 ରୋଗୀଙ୍କୁ ଜେନେରାଲ୍ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପକ୍ଷେ 11 ଜଣଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ସେ ଜିଲ୍ଲାପାଳଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଥିବା ବେଳେ ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 11, 2021, 10:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.