ETV Bharat / bharat

ଅକ୍ସିଜେନ ଅଭାବରୁ ଆଖି ବୁଜିଲେ 11 କୋରୋନା ଆକ୍ରାନ୍ତ

author img

By

Published : May 5, 2021, 8:34 AM IST

ଅକ୍ସିଜେନ ଅଭାବରୁ ତାମିଲନାଡୁର ଚେଙ୍ଗଲପଟ୍ଟୁ ସରକାରୀ ହସ୍ପିଟାଲରେ 11ଜଣ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ...

ଅକ୍ସିଜେନ ଅଭାବରୁ ଆଖି ବୁଜିଲେ 11 କୋରୋନା ଆକ୍ରାନ୍ତ
ଅକ୍ସିଜେନ ଅଭାବରୁ ଆଖି ବୁଜିଲେ 11 କୋରୋନା ଆକ୍ରାନ୍ତ

ଚେନ୍ନାଇ: ପୁଣି ଅକ୍ସିଜେନ ଅଭାବ ନେଲା ଜୀବନ । ଅକ୍ସିଜେନ ଅଭାବରୁ ତାମିଲନାଡୁର ଚେଙ୍ଗଲପଟ୍ଟୁ ସରକାରୀ ହସ୍ପିଟାଲରେ 11ଜଣ ପ୍ରାଣ ହରାଇଛନ୍ତି । ଗତ 3 ଘଣ୍ଟା ହେବ ମେଡିକାଲରେ ଅକ୍ସିଜେନ ଅଭାବ ଦେଖାଦେଇଥିଲା । ଶେଷରେ ଜୀବନ ସହ ସଂଘର୍ଷ କରି ଅକ୍ସିଜେନ ଅଭାବରୁ 11 ଜଣ ଆଖି ବୁଜିଛନ୍ତି ।

ରାଜ୍ୟରେ ଅଣାୟତ୍ତ ରହିଛି କୋରୋନା ସଂକ୍ରମଣ । ବିଶେଷକରି ଚେଙ୍ଗଲପଟ୍ଟୁ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକ । ରୋଗୀ ବଢିବା ସାଙ୍ଗରେ ଅଞ୍ଚଳରେ ବେଡ ଓ ଅକ୍ସିଜେନର ଅଭାବ ପରିଲିକ୍ଷିତ ହୋଇଛି । ଏହି ସରକାରୀ ମେଡିକାଲରେ ପାଖାପାଖି 500 ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ହେଲେ ଦୁଃଖର ବିଷୟ ଗତକାଲି ହସ୍ପିଟାଲରେ ଅକ୍ସିଜେନର ଅଭାବ ଦେଖାଦେଇଥିଲା । ଅମ୍ଳଜାନ ଅଭାବରୁ ରାତି ପ୍ରାୟ 10.30 ଏହି କୋରୋନା ରୋଗୀ ଶେଷରେ ଆଖି ବୁଜିଛନ୍ତି । ସେପଟେ ଚେଙ୍ଗଲପଟ୍ଟୁ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.