ନୂଆଦିଲ୍ଲୀ: ଦେଶରେ ସଫଳ ରୁପାୟନ ହୋଇଛି କେନ୍ଦ୍ର ସରକାରଙ୍କ 'ବେଟି ବଚାଓ ବେଟି ପଢାଓ’ ଅଭିଯାନ (BBBP) ) । ଫଳରେ ଦେଶରେ ଏବେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଦେଶରେ ୧୦୦୦ ପୁରୁଷରେ ଏବେ ମହିଳାଙ୍କ ସଂଖ୍ୟା ୧୦୨୦ ରହିଛି । NHFS (National Family Health Survey) ବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ଏପରି ତଥ୍ୟ ପ୍ରକାଶ ପାଇଛି ।
NHFS (2019-21)ର ପଞ୍ଚମ ରାଉଣ୍ଡର ତଥ୍ୟ ଅନୁଯାୟୀ ଦେଶର ଜନସଂଖ୍ୟାରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ଅଧିକ ରହିଛି । ଏନେଇ ଲୋକସଭାରେ ଏକ ଲିଖିତ ଉତ୍ତର ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର (Union Minister Bharati Pravin Pawar) ।
'ବେଟି ବଚାଓ ବେଟି ପଢାଓ' ଅଭିଯାନ ଯୋଗୁଁ ଦେଶରେ ମହିଳାଙ୍କ ସଖ୍ୟାରେ ବୃଦ୍ଧି ହୋଇଛି । ଏଥିପାଇଁ ଗଣମାଧ୍ୟମରେ ଦେଶବ୍ୟାପୀ ପ୍ରଚାର ପ୍ରସାର, ଅଭିଯାନ ଏବଂ ଜିଲ୍ଲା ଗୁଡିକରେ ବହୁ ବିଭାଗର ଅବଦାନ ରହିଛି । ଏହି ଅଭିଯାନର ଅଗ୍ରଗତି ପାଇଁ ଏକ ମନିଟରିଂ ପାରାମିଟର ସ୍ଥିର କରାଯାଇଛି ।
ବେଟି ବାଚଓ ବେଟି ପଢାଓ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, କନ୍ୟା ସନ୍ତାନକୁ ଗୁରୁତ୍ବ ପ୍ରଦାନ ଓ ମହିଳାଙ୍କୁ ସ୍ବାବଲମ୍ବୀ କରିବା ସହ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ