ETV Bharat / bharat

ECI to SC: '100% VVPAT ଗଣନା ଇଭିଏମ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇବ'

author img

By ETV Bharat Odisha Team

Published : Sep 7, 2023, 10:22 PM IST

ସୁପ୍ରିମକୋର୍ଟରେ ନିର୍ବାଚନରେ ଇଭିଏମ ମେସିନ ବ୍ୟବହାର ମାମଲା । ଶତ ପ୍ରତିଶତ VVPAT ଗଣନା ଇଭିଏମ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇବ ବୋଲି କହିଛନ୍ତି ଇଲେକ୍ସନ କମିଶନ । ଅଧିକ ପଢନ୍ତୁ

ECI to SC
ECI to SC

ନୂଆଦିଲ୍ଲୀ: ନିର୍ବାଚନରେ ​​ଇଭିଏମ ମେସିନ ବ୍ୟବହାରକୁ ନେଇ ଏକ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ନିକଟରେ ଜବାବ ରଖିଛନ୍ତି ନିର୍ବାଚନ ଆୟୋଗ (ECI) । VVPAT ସ୍ଲିପର 100% ଗଣନା ଇଭିଏମର ବିଶ୍ବସନୀୟତା ବିରୁଦ୍ଧରେ ଯିବ । ପୂର୍ବରୁ ଏ ନେଇ ଯେଉଁ ଅଭିଯୋଗ ଆସିଛି ତାହା କେବଳ ଭିଭିପାଟ-ଇଭିଏମର ଉପରେ ସନ୍ଦେହ ସୃଷ୍ଟି କରୁଛି । ଏହାର ଅର୍ଥ ପୁଣି ପେପର ବାଲାଟ ସିଷ୍ଟମକୁ ଫେରିବା ବୋଲି କହିଛି ଇଲେକ୍ସନ କମିଶନ । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବରରେ ହେବ ବୋଲି ଜଣାପଡ଼ିଛି ।

ଆୟୋଗ ଏହାର ଆଫିଡେଭିଟରେ କହିଛି ଯେ VVPAT ସ୍ଲିପର୍‌ 100% ଗଣନା ଇଭିଏମର ବିଶ୍ବସନୀୟତା ବିରୁଦ୍ଧରେ ଯିବ । ଏହାର ଅର୍ଥ ପୁଣି ପେପର ବାଲାଟ ସିଷ୍ଟମକୁ ଫେରିବା । VVPAT ଆରମ୍ଭ ହେବା ପରଠାରୁ ୧୧୮ କୋଟିରୁ ଅଧିକ ଭୋଟର ସମ୍ପୂର୍ଣ୍ଣ ସନ୍ତୁଷ୍ଟି ସହ ଭୋଟ ଦେଉଛନ୍ତି ଏବଂ 49MA ନିୟମ ଅନୁଯାୟୀ କେବଳ ୨୫ଟି ଅଭିଯୋଗ ଗ୍ରହଣ କରାଯାଇଛି । ଯାହାକି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣାପଡିଛି ।

ଏହା ବି ପଢନ୍ତୁ- ଇଭିଏମ ମାମଲାରେ ବିରୋଧିଙ୍କୁ ଝଟକା

ଭୋଟ୍ ୟୁନିଟରେ ଭୋଟ୍ କାଷ୍ଟକୁ ତୁରନ୍ତ ଯାଞ୍ଚ କରିବା ଲାଗି ଭୋଟରଙ୍କ ପାଇଁ VVPAT ସ୍ଲିପ୍‌ଗୁଡ଼ିକ ଏକ 'ଅଡିଟ୍ ଟ୍ରାଏଲ୍' । ତଥାପି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି VVPAT ସ୍ଲିପ୍‌ଗୁଡ଼ିକ କ୍ରସ୍‌ ଯାଞ୍ଚ କରାଯାଉଛି । ତେଣୁ VVPAT ସ୍ଲିପ୍‌ଗୁଡ଼ିକର 100% ଯାଞ୍ଚ ପାଇଁ ଦାବି କରିବା ଉଚିତ ନୁହେଁ । ଏହାର ଅର୍ଥ କେବଳ ବାଲାଟ ପେପର ସିଷ୍ଟମ ବ୍ୟବହାର କରି ପରୋକ୍ଷ ଭାବେ ମାନୁଆଲ ଭୋଟ୍ ଦିନକୁ ଫେରିବା ସହ ସମାନ ।"

୪୮୫ ପୃଷ୍ଠାର ଆଫିଡେଭିଟ୍‌ରେ କୁହାଯାଇଛି ଯେ ବେଳେ ବେଳେ ଇଭିଏମ୍‌କୁ ନେଇ ଅନେକ ଅଭିଯୋଗ ଆସିଥାଏ । ଏହି ଅଭିଯୋଗଗୁଡ଼ିକ ମଧ୍ୟରୁ ଅଧିକାଂଶ ଯାଞ୍ଚ ମଧ୍ୟ କରାଯାଉଛି । ଇଭିଏମ ବର୍ଷ ବର୍ଷ ଧରି ଲୋକଙ୍କ ନିଷ୍ପତ୍ତିକୁ ବିଶ୍ବସ୍ତ ଭାବରେ ପ୍ରତିଫଳିତ କରିଆସୁଛି । କୋର୍ଟ ମଧ୍ୟ ଏହାର ବୈଷୟିକ ଅଖଣ୍ଡତା ଏବଂ ସ୍ବଚ୍ଛ ପ୍ରକ୍ରିୟାଗତ ସୁରକ୍ଷାକୁ ସର୍ବଦା ସମର୍ଥନ କରି ଆସୁଛନ୍ତି ।

ଏହି ଆଫିଡେଭିଟ୍‌ରେ ଆହୁରି ଦର୍ଶାଯାଇଛି ଏଭଳି ଅଭିଯୋଗ ଆଣି ଅସ୍ପଷ୍ଟ ତଥା ଭିତ୍ତିହୀନ ଭାବେ ଇଭିଏମ୍‌ର କାର୍ଯ୍ୟକାରିତା ଉପରେ ସନ୍ଦେହ ସୃଷ୍ଟି କରାଯିବାର ଏହା ଏକ ପ୍ରୟାସ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ EVM /VVPAT ସିଷ୍ଟମରେ ସନ୍ଦେହ ସୃଷ୍ଟି କରି ଏଭଳି ଅନେକ ଆବେଦନ ଆସିପାରେ । ଏହା ଶେଷ ଆବେଦନ ନୁହେଁ । ପୂର୍ବରୁ ମଧ୍ୟ ୨୧ଟି ବିରୋଧୀ ଦଳ ୫୦ ପ୍ରତିଶତ EVM ସହ VVPATକୁ ମିଶାଇବା ନେଇ କରିଥିବା ବେଳେ ଏହି ଆବେଦନକୁ ଅଦାଲତ ଖାରଜ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.