ETV Bharat / bharat

ବିବାହ ଭୋଜି ଖାଇ 45 ଶିଶୁ ସମେତ 100ରୁ ଉର୍ଦ୍ଧ୍ବ ଅସୁସ୍ଥ - food poison

ରାଜସ୍ଥାନର ଚୁରୁ ଜିଲ୍ଲା ସର୍ଦ୍ଦାରସହରରୁ ଖାଦ୍ୟ ବିଷାକ୍ତ ହେବାର ଏକ ବଡ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ବିବାହ ଉତ୍ସବରେ ଭୋଜି ଖାଇ 45 ଶିଶୁଙ୍କ ସମେତ 100 ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ବିବାହ ଭୋଜି ଖାଇ 45 ପିଲାଙ୍କ ସମେତ 100 ରୁ ଉର୍ଦ୍ଧ୍ବ ଅସୁସ୍ଥ

author img

By

Published : Sep 2, 2021, 12:34 PM IST

ଜୟପୁର: ରାଜସ୍ଥାନର ଚୁରୁ ଜିଲ୍ଲା ସର୍ଦ୍ଦାରସହରରୁ ଖାଦ୍ୟ ବିଷାକ୍ତ ହେବାର ଏକ ବଡ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ବିବାହ ଉତ୍ସବରେ ଭୋଜି ଖାଇ 45 ଶିଶୁଙ୍କ ସମେତ 100 ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ତେବେ ଅସୁସ୍ଥ ଲୋକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନା ନିଆଯାଇଛି। ଏପଟେ ହସ୍ପିଟାଲରେ ଶଯ୍ୟା ଅଭାବରୁ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ମେଡିକାଲ ଚଟାଣରେ ରଖି ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି ।

ସୂଚନାନୁସାରେ, ସର୍ଦ୍ଦାରସହରର ୱାର୍ଡ ନମ୍ବର 44 ରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଜଣେ ବ୍ୟକ୍ତି ତାଙ୍କ ଚାରି ଝିଅଙ୍କ ବିବାହ ଗୋଟିଏ ଦିନରେ କରି ଏକ ବିରାଟ ଭୋଜିର ଆୟୋଜନ କରିଥିଲେ । ତେବେ ଭୋଜି ଖାଇବାର ପ୍ରାୟ ଚାରି ଘଣ୍ଟା ପରେ ଅନେକ ଲୋକଙ୍କର ପେଟ ଯନ୍ତ୍ରଣା, ବାନ୍ତି ଏବଂ ଝାଡ଼ା ହୋଇଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯିବାରୁ ସେମାନଙ୍କୁ ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା ।

ଅନେକ ରୋଗୀଙ୍କୁ ଘରୋଇ ହସ୍ପିଟାଲକୁ ମଧ୍ୟ ନିଆଯାଇଥିଲା । ସୂଚନା ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଏ ସମ୍ପର୍କରେ ପଚାରି ବୁଝିବା ସହ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.