ETV Bharat / bharat

Har Ghar Tiranga Abhiyan: ଗୁଞ୍ଜିରେ ଉଡିବ ୧୦୦ ଫୁଟର ତ୍ରିରଙ୍ଗା

author img

By

Published : Aug 4, 2022, 8:50 AM IST

'ହର ଘର ତ୍ରିରଙ୍ଗା' ଅଭିଯାନ । ଏନେଇ ଚୀନ-ନେପାଳ ସୀମା ନିକଟରେ ରହିଥିବା ଗୁଞ୍ଜିରେ ଉଡିବ ୧୦୦ ଫୁଟର ତ୍ରିରଙ୍ଗା । ତାହା ପୁଣି ସ୍ବାଧିନତା ଦିବସ ପୂର୍ବରୁ । ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି ପିଥୋରାଗଡ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

Har Ghar Tiranga Abhiyan : ଗୁଞ୍ଜିରେ ଉଡିବ ୧୦୦ ଫୁଟର ତ୍ରିରଙ୍ଗା

ଡେରାଡୁନ: ସମଗ୍ର ଦେଶ ୭୫ ତମ ସ୍ବାଧିନତା ଦିବସ ଅବସରରେ ଆଜାଦୀ କି ଅମୃତ ମହୋତ୍ସବ ପାଳନ ହେଉଛି । ସ୍ବାଧୀନତା ଦିବସ ପାଳନ ପୂର୍ବରୁ 'ହର ଘର ତ୍ରିରଙ୍ଗା' ଅଭିଯାନ ଆରମ୍ଭ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ଚୀନ-ନେପାଳ ସୀମା ନିକଟରେ ରହିଥିବା ଗୁଞ୍ଜିରେ ଉଡିବ ୧୦୦ ଫୁଟର ତ୍ରିରଙ୍ଗା । ତାହା ପୁଣି ସ୍ବାଧିନତା ଦିବସ ପୂର୍ବରୁ । ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି ପିଥୋରାଗଡ ଜିଲ୍ଲା ପ୍ରଶାସନ । ଉତ୍ତରାଖଣ୍ତ ପିଥୋରଗଡ (Pithoragarh) ରେ ଥିବା ଗୁଞ୍ଜି ଗାଁରେ 100 ଫୁଟ ତ୍ରିରଙ୍ଗା 11500 ଫୁଟ ଉଚ୍ଚରେ ଉଡିବ । ସ୍ବାଧିନତା ଦିବସରେ ଜାତୀୟ ପତାକାକୁ ଗୁଞ୍ଜିର (Navidhang and Adi Kailas) ନାଭିଡାଙ୍ଗ ଓ ଆଦି କୈଳାସରେ ଉତ୍ତୋଳନ କରାଯିବ ।

ଏନେଇ ଗୁଞ୍ଜିରେ ସ୍ଥାନ ସ୍ଥିର କରାଯାଇଥିବା ବେଳେ ପତାକା ଲଗାଯିବା ପାଇଁ ସେଠାରେ ଏକ ପୋଲ ମଧ୍ୟ ନିର୍ମାଣ କରାଯାଇଛି। ଅଗଷ୍ଟ 13 ରୁ 15 ପର୍ଯ୍ୟନ୍ତ ଏଠାରେ ତ୍ରିରଙ୍ଗା ଉଡାଯିବ । ଏନେଇ ବୁଧବାର ଦିନ ପିଥୋରାଗଡର ଜିଲ୍ଲା କାର୍ଯ୍ୟାଳୟ ଅଡିଟୋରିୟମରେ ଏକ ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ ଡିଏମ ଡକ୍ଟର ଆଶିଷ ଚୌହାନ କହିଛନ୍ତି ଯେ, ‘‘ସ୍ବାଧିନତା ଦିବସ ଅବସରରେ ଜିଲ୍ଲାର 11500 ଫୁଟ ଉଚ୍ଚରେ ଅବସ୍ଥିତ ଗୁଞ୍ଜିରେ 100 ଫୁଟର ତ୍ରିରଙ୍ଗା ଉତ୍ତୋଳନ କରାଯିବ । ଏହାର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି |ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି(Chief Minister of the state Pushkar Singh Dhami ) ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏ ଅବସରରେ ଅନେକ ଦୁଃଶାହାସିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ । ’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.