ETV Bharat / bharat

ଗୁରୁଦ୍ବାର ମାଟିତଳୁ ବାହାରିଲା ବ୍ରିଟିଶ ମୁଦ୍ରା - ମାଟିତଳୁ ବାହାରିଲା ବ୍ରିଟିସ ମୁଦ୍ରା

ଗୁରୁଦ୍ବାରରେ ଖୋଳିବା ସମୟରେ ବାହାରିଲା ବ୍ରିଟିଶ ମୁଦ୍ରା । ଲାମେ ଜାଟପୁରା ଗାଁର ଗୁରୁଦ୍ୱାର ଦାମଦାମା ସାହିବରେ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଖୋଳିବା ସମୟରେ ମାଟିତଳୁ 100ରୁ ଅଧିକ ମୁଦ୍ରା ବାହାରିଛି । ଅଧିକ ପଢନ୍ତୁ

ମାଟିତଳୁ ବାହାରିଲା ବ୍ରିଟିସ ମୁଦ୍ରା, ଜାଣନ୍ତୁ କେଉଁଠି ?

author img

By

Published : Jun 24, 2022, 10:24 AM IST

ନୂଆଦିଲ୍ଲୀ: ଗୁରୁଦ୍ବାରରେ ଖୋଳିବା ସମୟରେ ବାହାରିଲା ବ୍ରିଟିଶ ମୁଦ୍ରା । ଲାମେ ଜାଟପୁରା ଗାଁର ଗୁରୁଦ୍ୱାର ଦାମଦାମା ସାହିବରେ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଖୋଳିବା ସମୟରେ ମାଟିତଳୁ 100 ରୁ ଅଧିକ ମୁଦ୍ରା ବାହାରିଛି । ଶିରୋମାନି ଗୁରୁଦ୍ୱାର ପାର୍ବନ୍ଧକ କମିଟି (SGPC) ପକ୍ଷରୁ ଏହି ମୁଦ୍ରାକୁ ପ୍ରଦର୍ଶନ କରାଯାଇଛି ।

ଯଦିଓ ମୁଦ୍ରା ଏବଂ ଶିଖ୍‌ ଇତିହାସ ମଧ୍ୟରେ କୌଣସି ସଂଯୋଗ ଦାବି କରାଯାଇ ନଥିଲା, ତଥାପି ଏହି ମୁଦ୍ରା ଉପରେ ପରୀକ୍ଷଣ ପାଇଁ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ଗୁରୁଦ୍ବାର ପରିଚାଳକ, SGP, ଗୁରୁଚରଣ ସିଂ ଗ୍ରେୱାଲ କହିଛନ୍ତି ଯେ, "ଶ୍ରମିକମାନେ ଏହି ୧୦୦ଟି ବ୍ରିଟିଶ ମୁଦ୍ରା ଗୁଡିକ ବାହାରିଛି । ମୁଦ୍ରା ଗୁଡିକ ଏକ ମାଠିଆରେ ରହିଥିଲା । ସେଥିମଧ୍ୟରୁ ଗୋଟିଏ ସ୍ବର୍ଣ୍ଣ ମୁଦ୍ରା ହୋଇଥିବା ବେଳେ ଅନ୍ୟସବୁ ରୌପ୍ୟ ଅଟେ । ଯଦିଓ ସଂଗୃହିତ ମୁଦ୍ରା ସହିତ ଶିଖ ସଂପ୍ରଦାୟର କୌଣସି ସମ୍ପର୍କ ନାହିଁ କିନ୍ତୁ ଉକ୍ତ ମୁଦ୍ରାରେ ରାଣୀ ଏଲିଜାବେଥଙ୍କ ଚିତ୍ର ରହିଛି । ଏହା ବ୍ରିଟିସ ଅମଳର ହୋଇଥାଇପାରେ ।

ଗୁରୁଦ୍ୱାରର ଇତିହାସ: ଏହି ଗାଁର ଇତିହାସ ବିଶେଷ କରି ଶିଖମାନଙ୍କ ସହ ଜଡିତ । ଗୁରୁ ଗୋବିନ୍ଦ ସିଂ ଏଠାରେ 21 ଦିନ ରହିଥିଲେ । ସେ ଜାଟପୁରାର ଗୁରୁଦ୍ୱାର ଦାମଦାମା ସାହିବ ଗାଁରେ ଅବସ୍ଥିତ ଏକ ଘରେ ରାତ୍ରିଯାପନ କରିଥିଲେ । ଗୁରୁ ଗୋବିନ୍ଦ ସିଂଙ୍କ ବ୍ୟକ୍ତିଗତ ସେବକ ରାୟ କାଲା ଏବଂ ନୁରା ମାହି ଲଙ୍ଗ ଜାଟପୁରା ଗାଁରେ ସାହିବଜଡା ଏବଂ ମାତା ଗୁଜ୍ରିଙ୍କ ଶହୀଦତା ବିଷୟରେ ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.