ETV Bharat / bharat

ସିବିଆଇକୁ ତାମିଲନାଡୁ ମନା, ଜାଣନ୍ତି କି ରାଜ୍ୟରେ କେନ୍ଦ୍ରୀୟ ଏଜେନ୍ସି ପାଇଁ କଣ ରହିଛି ନିୟମ

author img

By

Published : Jun 16, 2023, 12:10 PM IST

Updated : Jun 16, 2023, 12:20 PM IST

୧୦ମ ରାଜ୍ୟ ଭାବେ ସିବିଆଇ ଏଣ୍ଟ୍ରି ଉପରେ ବ୍ୟାନ ଲଗାଇଲା ତାମିଲନାଡୁ । ଏହା ପୂର୍ବରୁ ପଶ୍ଚିମବଙ୍ଗ ବିହାର ପରି ୯ଟି ରାଜ୍ୟ ସିବିଆଇ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଜାଣନ୍ତୁ ସିବିଆଇ ପ୍ରବେଶ ଉପରେ ପ୍ରତିବନ୍ଧକ ଉପରେ କଣ କହୁଛି ନିୟମ ।

cbi
cbi

ନୂଆଦିଲ୍ଲୀ: ଏଣିକି ସିବିଆଇକୁ ତାମିଲନାଡୁ ମନା । ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଏଣ୍ଟ୍ରି କରିପାରିବନି ସିବିଆଇ । କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିକୁ ତାମିଲନାଡୁରେ ପ୍ରବେଶ ଉପରେ କଟକଣା ଲଗାଇଲେ ଷ୍ଟାଲିନ ସରକାର । ସରକାରୀ କାମରେ ରାଜ୍ୟରେ ପ୍ରବେଶ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡିବ । ଆର୍ଥିକ ଅନିୟମିତତା ମାମଲାରେ ତାମିଲନାଡୁ ସରକାରଙ୍କ ଶିକ୍ଷାମନ୍ତ୍ରୀଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗିରଫ ପରେ କାନ୍ଦି କାନ୍ଦି ଗଡି ଯାଇଥିଲେ ମନ୍ତ୍ରୀ । ଏପରିକି ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଛି । ଏହି ଘଟଣା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ଷ୍ଟାଲିନ ସରକାର । କେବଳ ତାମିଲନାଡୁ ନୁହେଁ ଏହା ପୂର୍ବରୁ ବିହାର, ପଶ୍ଚିମବଙ୍ଗ ଭଳି କେତେକ ରାଜ୍ୟରେ ସିବିଆଇ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

what is general consent to the cbi
what is general consent to the cbi

ରାଜ୍ୟ ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶାନାମା ଅନୁସାରେ, ଦିଲ୍ଲୀ ପୋଲିସ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ୧୯୪୬ ଅଧିନରେ, ଏବେ ରାଜ୍ୟରେ କୌଣସି ମାମଲାର ଯାଞ୍ଚ ପାଇଁ ସିବିଆଇକୁ ପ୍ରଥମେ ତାମିଲନାଡୁ ସରକାରଙ୍କ ଅନୁମତି ନେବାକୁ ପଡିବ । କାରଣ ‘ସାଧାରଣ ସହମତି’କୁ ପ୍ରତ୍ୟାହାର କରିନେଇଛନ୍ତି ତାମିଲନାଡୁ ସରକାର ।

ଏହା ମଧ୍ୟ ପଢନ୍ତୁ: ଗିରଫ ପରେ କାନ୍ଦି କାନ୍ଦି ଗଡି ଗଲେ ତାମିଲନାଡୁ ଶକ୍ତି ମନ୍ତ୍ରୀ

ଏହାମଧ୍ୟ ପଢନ୍ତୁ: ସିବିଆଇ ଓ ଇଡି ବିରୋଧରେ ସୁପ୍ରିମକୋର୍ଟ ଗଲେ ୧୪ ବିରୋଧି ଦଳ

ସାଧାରଣ ସହମତି ବା ଅନୁମତି କଣ ? ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ୧୯୪୬ ଅଧିନରେ ସିବିଆଇର ଗଠନ ହୋଇଛି । ଏହି ଆଇନର ଧାରା ୬ ଅନୁସାରେ, ସିବିଆଇ କୌଣସି ବି ମାମଲାର ଯାଞ୍ଚ କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମତି ନେବା ଆବଶ୍ୟକ ଅଟେ । ସାଧାରଣତଃ ଦେଖିବାକୁ ଗଲେ ପ୍ରାୟତଃ ରାଜ୍ୟ ସିବିଆଇକୁ ଯାଞ୍ଚ ପାଇଁ ସାଧାରଣ ଅନୁମତି ଦେଇଛନ୍ତି । ଏହି ଅନୁମତି ସିବିଆଇ ପାଇଁ ଏକ ଅସ୍ତ୍ର ଭଳି ବିନା ଦ୍ବିଧାରେ ସିବିଆଇ କୌଣସି ମାମଲାର ଯାଞ୍ଚ କରିପାରିବ । ଯଦି କୌଣସି ରାଜ୍ୟ ସିବିଆଇକୁ ଦେଇଥିବା ଏହି ଅନୁମତି ପ୍ରତ୍ୟାହାର କରିନିଅନ୍ତି ତେବେ ସିବିଆଇକୁ ମାମଲାର ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡିବ । ବିନା ଅନୁମତିରେ ସିବିଆଇ ସେହି ରାଜ୍ୟର କୌଣସି ବ୍ୟକ୍ତି ବା କର୍ମଚାରୀ ବିରୋଧରେ ମାମଲା ରୁଜୁ କରିପାରିବ ନାହିଁ ।

ଅନୁମତି ନପାଇଲେ କଣ ସିବିଆଇ ଯାଞ୍ଚ କରିପାରିବନି: ଏ ପ୍ରଶ୍ନ ସାଧାରଣରେ ଆସିବା ସ୍ବାଭାବିକ । ଏ ପ୍ରଶ୍ନର ଉତ୍ତର ହେଉଛି ନା । ସିବିଆଇ କେନ୍ଦ୍ର ସରକାରଙ୍କ ଅଧିନରେ ରହିଛି ମାତ୍ର କୌଣସି ମାମଲାର ଯାଞ୍ଚ ପାଇଁ ହାଇକୋର୍ଟ, ସୁପ୍ରିମକୋର୍ଟ ବା କେନ୍ଦ୍ର ଠାରୁ ନିର୍ଦ୍ଦେଶ ମିଳିଥାଏ । କୌଣସି ରାଜ୍ୟର ମାମଲା ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡିଥାଏ । କିନ୍ତୁ ଯଦି ନିର୍ଦ୍ଦେଶ ସୁପ୍ରିମକୋର୍ଟ, ହାଇକୋର୍ଟ କିମ୍ବା କେନ୍ଦ୍ର ଦେଇଥାଏ ରାଜ୍ୟ ସରକାରଙ୍କ ଅନୁମତି ନେବା ଆବଶ୍ୟକ ନଥାଏ ।

କେଉଁ କେଉଁ ରାଜ୍ୟରେ ସିବିଆଇ ଏଣ୍ଟ୍ରି ଉପରେ ଲାଗିଛି ପ୍ରତିବନ୍ଧକ: ସିବିଆଇକୁ ବ୍ୟାନ କରିବାରେ ତାମିଲନାଡୁ ପ୍ରଥମ ରାଜ୍ୟ ନୁହେଁ ଏହା ପୂର୍ବରୁ ୯ଟି ରାଜ୍ୟ ସିବିଆଇ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି । ତାମିଲନାଡୁ ହେଉଛି ଦଶମ ରାଜ୍ୟ ଯିଏକି ପ୍ରତିବନ୍ଧକ ଲଗାଇଛି । ଏହା ପୂର୍ବରୁ ଝାଡଖଣ୍ଡ, ପଞ୍ଜାବ, ତେଲେଙ୍ଗାନା, ବିହାର, ମେଘାଳୟ, ଛତିଶଗଡ, କେରଳ, ମିଜୋରାମ ଓ ରାଜସ୍ଥାନରେ ସିବିଆଇ ଉପରେ ବ୍ୟାନ ଲଗାଯାଇଛି ।

ସିବିଆଇ ଭଳି କଣ ଅନ୍ୟ ଏଜେନ୍ସିଙ୍କୁ ଅନୁମତି ନେବାକୁ ପଡେ: ଏହାର ଉତ୍ତର ହେଉଛି ନା । କେବଳ ସିବିଆଇକୁ ତଦନ୍ତ ପାଇଁ ଅନୁମତି ନେବାକୁ ପଡେ । କେନ୍ଦ୍ର ସରକାରଙ୍କ ବାକି ଏଜେନ୍ସି ଯଥା ଇଡି ଓ ଏନଆଇଏକୁ ଅନୁମତି ନେବାକୁ ପଡିନଥାଏ । ଏହି ଏଜେନ୍ସି ଗୁଡିକ କେଉଁ ମାମଲାରେ ବି କୌଣସି ସ୍ଥାନକୁ ଯାଇ ଯାଞ୍ଚ କରିପାରିବେ । ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତି ଆବଶ୍ୟକତା ପଡି ନଥାଏ ।

Last Updated : Jun 16, 2023, 12:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.