ETV Bharat / bharat

Assam News: ଝିଅର ମାତୃତ୍ବ ସ୍ବପ୍ନ ପୂରଣ ପାଇଁ ବାପା ମା ସାଜିଲେ ହତ୍ୟାକାରୀ, ଉଭୟଙ୍କୁ ବାନ୍ଧିଲା ପୋଲିସ

ଆସାମ ଶିବସାଗରରେ ଏକ ଦମ୍ପତି ବିବାହିତ ଝିଅର ମାତୃତ୍ବ ଇଛା ପୂରଣ ପାଇଁ ଏକ 10 ମାସର ଶିଶୁ ପୁତ୍ରକୁ ଅପହରଣ କରିବା ସହ ଶିଶୁପୁତ୍ରର ମାକୁ ହତ୍ୟା କରିଛନ୍ତି (To fulfill the motherhood wish of a married daughter, a couple snatched away a 10 month old baby boy) । ସିମଲଗୁଡି ଥାନା କେନ୍ଦୁଗୁରୀ ବେଲୁଙ୍ଗ ଗାଁର ନୀତୁମୋନୀ ଲୁଖୁରଶନ (Nitumoni Lukhurasha) ଗତ ସୋମବାର ନିଜର 10 ମାସ ପୁତ୍ର ସହ ନିଖୋଜ ହୋଇଯାଇଥିଲେ । ଅଧିକ ପଢନ୍ତୁ

Assam News
Assam News
author img

By

Published : Dec 21, 2022, 11:06 PM IST

ଶିବସାଗର(ଆସାମ): ଆସାମ ଶିବସାଗରରେ ଏକ ଦମ୍ପତି ବିବାହିତ ଝିଅର ମାତୃତ୍ବ ଇଛା ପୂରଣ ପାଇଁ ଏକ 10 ମାସର ଶିଶୁ ପୁତ୍ରକୁ ଅପହରଣ କରିବା ସହ ଶିଶୁପୁତ୍ରର ମାକୁ ହତ୍ୟା କରିଛନ୍ତି (To fulfill the motherhood wish of a married daughter, a couple snatched away a 10 month old baby boy) । ସିମଲଗୁଡି ଥାନା କେନ୍ଦୁଗୁରୀ ବେଲୁଙ୍ଗ ଗାଁର ନୀତୁମୋନୀ ଲୁଖୁରଶନ (Nitumoni Lukhurasha) ଗତ ସୋମବାର ନିଜର 10 ମାସ ପୁତ୍ର ସହ ନିଖୋଜ ହୋଇଯାଇଥିଲେ । ମଙ୍ଗଳବାର ନୀତୁମୋନୀଙ୍କ ମୃତଦେହ ଚରାଇଦେବ ଜିଲ୍ଲା ରାଜାବାଡି ଟି-ଏସଷ୍ଚଟର ଏକ ନାଳରୁ ମିଳିଥିଲା ।

ଏହାବି ପଢନ୍ତୁ- RajyaSabha: ଦେଶରେ 3 ବର୍ଷରେ ହୋଇଛି 2 ହଜାରରୁ ଅଧିକ ବାଲ୍ୟ ବିବାହ

ଶିବସାଗର ପୋଲିସ (Sivsagar police) ମାମଲାର ତଦନ୍ତ କରି ମଙ୍ଗଳବାର ସଂଧ୍ୟାରେ ସିମଲଗୁଡି ରେଳ ଷ୍ଟେସନରୁ ଏହି ହତ୍ୟାକାଣ୍ଡ ସହ ଜଡିତ ଏକ ଦମ୍ପତିଙ୍କୁ ଗିରଫ କରିଛି । ଗିରଫ ଦମ୍ପତି ହେଉଛନ୍ତି ବସନ୍ତ ଗୋଗୋଇ ଓ ହିୟାମାଇ ଗୋଗୋଇ । ଉଭୟ ଦମ୍ପତି ହିମାଚଳ ପ୍ରଦେଶ ଯିବା ପାଇଁ ଟ୍ରେନ ଅପେକ୍ଷାରେ ଥିବାବେଳେ ପୋଲିସ ଗରିଫ କରିଛି । ଦମ୍ପତିଙ୍କ ବୟାନକୁ ଆଧାର କରି ପୋଲିସ ତାଙ୍କ ପୁଅକୁ ମଧ୍ୟ ଗିରଫ କରି ଅପହୃତ ଶିଶୁ ପୁତ୍ରକୁ ଉଦ୍ଧାର କରିଛି । ଆଜି ଶିବସାଗର ପୋଲିସ ଅଧିକ୍ଷକ ଶୁଭ୍ରଜ୍ୟୋତି ବୋରା ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଏହାବି ପଢନ୍ତୁ- ରାଜସ୍ଥାନରେ ମନ୍ଦିର ପୂଜକଙ୍କୁ ନିର୍ମମ ହତ୍ୟା, ମୃତକ ଇସଲାମ ଛାଡି ହୋଇଥିଲେ ହିନ୍ଦୁ

ପୋଲିସ ସୂଚନା ଅନୁସାରେ ଗୋଗୋଇ ଦମ୍ପତି ହତ୍ୟାକାଣ୍ଡକୁ ସ୍ବୀକାର କରିଛନ୍ତି । ନିଜ ବିବାହିତ ଝିଅର ମାତୃତ୍ବ ସ୍ବପ୍ନକୁ ପୂରଣ କରିବା ପାଇଁ ଏହି ହତ୍ୟାକାଣ୍ଡ କରିଛନ୍ତି । ଗୋଗୋଇ ଦମ୍ପତିଙ୍କ ଝିଅ ହିମାଚଳ ପ୍ରଦେଶରେ ରହୁଥିବା ବେଳେ କୌଣସି ସନ୍ତାନ ନଥିବାରୁ ଏକ ଶିଶୁ ପୁତ୍ର ଚୋରି କରି ନିଜ ଝିଅକୁ ଦେବାକୁ ଯୋଜନା କରିଥିଲେ । ଏଥିପାଇଁ ହତ୍ୟାର ଶିକାର ନୀତୁମୋନୀ ଲୁଖୁରଶନଙ୍କୁ ଯୋଜନାବଦ୍ଧ ଭାବେ ନିଜ ଘରକୁ ଡାକିଥିଲେ । ତାଙ୍କଠାରୁ ଶିଶୁ ପୁତ୍ରକୁ ଛଡାଇବାକୁ ଉଦ୍ୟମ କରିଥିଲେ । ବିରୋଧ କରିବାରୁ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.