ETV Bharat / bharat

ମଧ୍ୟପ୍ରଦେଶ ସରକାରୀ ହସ୍ପିଟାଲରେ ଅକ୍ସିଜେନ ଅଭାବ, 10 ରୋଗୀ ମୃତ

author img

By

Published : Apr 27, 2021, 3:57 PM IST

ମଧ୍ୟପ୍ରଦେଶରେ ଅକ୍ସିଜେନ ଅଭାବରୁ 10 କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଗ୍ବାଲିୟରର କମଲା ରାଜା ହସ୍ପିଟାଲରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶ ସରକାରୀ ହସ୍ପିଟାଲରେ ଅକ୍ସିଜେନ ଅଭାବ, 10 ରୋଗୀ ମୃତ
ମଧ୍ୟପ୍ରଦେଶ ସରକାରୀ ହସ୍ପିଟାଲରେ ଅକ୍ସିଜେନ ଅଭାବ, 10 ରୋଗୀ ମୃତ

ଗ୍ବାଲିଅର: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଅକ୍ସିଜେନ ଅଭାବ ବଡ ସମସ୍ୟା ଭାବେ ଛିଡା ହୋଇଛି । ମଧ୍ୟପ୍ରଦେଶରେ ଅକ୍ସିଜେନ ଅଭାବରୁ 10 କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଗ୍ବାଲିଅରର କମଲା ରାଜା ହସ୍ପିଟାଲରେ ଏହି ଅଘଟଣ ଘଟିଥିବା ଜଣାପଡିଛି ।

ଅନ୍ୟପକ୍ଷେ କେବଳ 2 ଜଣ ରୋଗୀଙ୍କ ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇଥିବା ହସ୍ପିଟାଲ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଡାକ୍ତରଖାନାର ମହିଳା ଓ ପ୍ରସୂତି ବିଭାଗରେ ମେଡିକାଲ ଅକ୍ସିଜେନ ଷ୍ଟକ୍‌ ଶେଷ ହୋଇଯାଇଥିଲା ।

ଘଟଣା ସମ୍ପର୍କରେ ସୂଚନା ପାଇ ଜିଲ୍ଲାପାଳ, ଏସଡିଏମ ଓ ପୋଲିସ ପହଞ୍ଚିଥିଲେ । ଏହା ସହରର ସବୁଠୁ ବଡ ସରକାରୀ ହସ୍ପିଟାଲ । ଅଧିକାଂଶ କୋରୋନା ରୋଗୀ ଏଠାରେ ଚିକିତ୍ସିତ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.