ଇଟାନଗର: ଅରୁଣାଚଳ ପ୍ରଦେଶ କୁରୁଙ୍ଗ କୁମେ ଜିଲ୍ଲା ଭାରତ-ଚୀନ ସୀମାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 18ଜଣ ଶ୍ରମିକ ନିଖୋଜ ଅଛନ୍ତି । ସମସ୍ତ 19 ବ୍ୟକ୍ତି ରାସ୍ତା ପ୍ରକଳ୍ପରେ କାମ କରୁଥିବାବେଳେ ଜୁଲାଇ 5ରେ ଦୁର୍ଘଟଣାର ଶିକାର ହୋଇଥିଲା । ସମସ୍ତେ ଆସାମର ହୋଇଥିବା ସୂଚନା ମିଳିଛି । କୁରୁଙ୍ଗ କୁମି ଜିଲ୍ଲା ଡେପୁଟି କମିଶନର ବେଙ୍ଗିଆ ନିଗି ଦୁର୍ଘଟଣା ସମ୍ପର୍କରେ ପ୍ରାଥମିକ ସୂଚନା ଦେଇଛନ୍ତି ।
ଡେପୁଟି କମିଶନର ଆହୁରି କହିଛନ୍ତି, ଭାରତ-ଚୀନ ସୀମା ଦାମିନ ପାଖ ରାସ୍ତ କାର୍ଯ୍ୟରେ ନିୟୋଜିତ ସମସ୍ତ ଶ୍ରମିକ ଛୁଟି ମାଗିଥିଲେ । ଠିକାଦାରକୁ ଇଦ ପର୍ବ ପାଇଁ ଛୁଟି ମାଗିଥିଲେ ମାତ୍ର ସେମାନଙ୍କୁ ଛୁଟି ମିଳିନଥିଲା । ସେମାନେ ପାଦରେ ଚାଲିଚାଲି ଯିବା ସମୟରେ ଘଞ୍ଚ ଜଙ୍ଗଲରେ କେଉଁ ଆଡେ ନିଖୋଜ ହୋଇଯାଇଥିବା ପେଲିସ ସୂଚନା ଦେଇଛି ।