ETV Bharat / snippets

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଚନ୍ଦ୍ରପୁରୁ ତହସିଲଦାର-Vigilance Detains Tehsildar

author img

By ETV Bharat Odisha Team

Published : Jul 5, 2024, 11:00 PM IST

Vigilance Detains Tehsildar
Vigilance Detains Tehsildar (ETV Bharat Odisha)

ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁରୁ ତହସିଲଦାର ବିଚିତ୍ରାନନ୍ଦ ଦାସ । ଆଜି ଜିଲ୍ଲା ସଦ୍ଭାବନା ଗୃହରେ ରାଜସ୍ୱ ବୈଠକ ଚାଲିଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଛି । କୌଣସି ଏକ ମାମଲା ପାଇଁ ତହସିଲଦାର ବିଚିତ୍ରାନନ୍ଦ 1 ଲକ୍ଷ 15 ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଆଜି ରାୟଗଡା ଜିଲ୍ଲାରେ ରାଜସ୍ୱ ବିଭାଗର ବୈଠକ ଥିବା ସମୟରେ ସେ ଚନ୍ଦ୍ରପୁରୁରୁ ଏହି ବୈଠକରେ ଯୋଗ ଦେବା ପାଇଁ ଆସୁଥିଲେ । ଏହି ସମୟରେ ଖବର ପାଇ ଭିଜିଲାନ୍ସ ବିଭାଗ ତାଙ୍କ ପିଛା କରିଥିଲେ । ତେବେ କେହି ପିଛା କରୁଥିବା ଜାଣି ଡାଙ୍ଗ ସୋରଡା ଗାଁ ନିକଟରେ ଟଙ୍କା ଫିଙ୍ଗି ଦେଇଥିଲେ । ସମସ୍ତ ଟଙ୍କାକୁ ଜବତ କରିବା ସହ ଭିଜିଲାନ୍ସ ବିଭାଗ ତାଙ୍କୁ ଜିଲ୍ଲାପାଳଙ୍କ ବୈଠକ କକ୍ଷରୁ ଗିରଫ କରିଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.