ETV Bharat / snippets

ଟ୍ରେନକୁ ପଥର ଫିଙ୍ଗିବା ଘଟଣା, ଦୁଇ ଜଣଙ୍କୁ ଗିରଫ କଲା ଆରପିଏଫ- Pelting Stones

author img

By ETV Bharat Odisha Team

Published : Jun 7, 2024, 8:37 PM IST

Pelting Stones on train
Pelting Stones on train (ETV Bharat Odisha)

ଖୋର୍ଦ୍ଧା: ଟ୍ରେନକୁ ପଥର ଫିଙ୍ଗିବା ଅଭିଯୋଗରେ ରେଳବାଇ ସୁରକ୍ଷା ବଳ (ଆରପିଏଫ) ଦୁଇ ଜଣଙ୍କୁ ଗିରଫ କରିଛି ​। ଗତ ୬ ତାରିଖ ସାନ୍ଧ୍ୟା ସମୟରେ ୧୨୫୫୨ କାମାକ୍ଷା-ବେଙ୍ଗାଲୁରୁ ଏକ୍ସପ୍ରେସକୁ ପଥର ଫିଙ୍ଗିବା ଅଭିଯୋଗ ହୋଇଥିଲା । ପରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ରେଳବାଇ ସୁରକ୍ଷା ବଳ ଦ୍ୱାରା ତ୍ୱରିତ ପଦକ୍ଷେପ ନିଆଯାଇ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏହି ଦୁଇ ଜଣ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଲାବାଇ ଗ୍ରାମର ରମେଶ ମାଝି, ଓ ନକୂଳପଟାନା ଗ୍ରାମର ସଦାଶିବ ପ୍ରଧାନ ବୋଲି ଜଣାପଡ଼ିଛି । ମଦ୍ୟପାନର ପ୍ରଭାବକୁ ଦର୍ଶାଇ ସେମାନେ ସେମାନଙ୍କର କାର୍ଯ୍ୟକୁ ସ୍ୱୀକାର କରିଥିଲେ । ରେଲୱେ ସୁରକ୍ଷା ବଳ ଉକ୍ତ ଦୁଇ ଜଣଙ୍କ ନାମରେ ରେଳ ଅଧିନିୟମ ଧାରା ଅନୁଯାୟୀ କେସ ରୁଜୁ କରାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.