ETV Bharat / snippets

ତାସ ଖେଳୁଥିବା ବେଳେ ଫୁଟିଲା ଗୁଳି, ଜଣେ ମୃତ

author img

By ETV Bharat Odisha Team

Published : Jul 11, 2024, 10:56 AM IST

Bullet Firing Incident
Bullet Firing Incident (ETV Bharat Odisha)

Firing In Ganjam: ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଞ୍ଚଳରେ ଗୁଳିମାଡ଼ । ସ୍ଥାନୀୟ ଅଞ୍ଚଳର ଜଳେଶ୍ଵର ମନ୍ଦିର ନିକଟରେ ରହିଥିବା ଏକ ପୋଖରୀ ହୁଡାରେ ତାସ ଖେଳୁଥିବା ବେଳେ ଏହିଭଳି ଗୁଳିମାଡ ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି । ଗୁଳିମାଡ଼ରେ ମୃତକ ଜଣକ କବିସୂର୍ଯ୍ୟନଗର ସହର ନଇ ସାହିର ତ୍ରିନାଥ ମଳିକ ବୋଲି ଜଣାପଡିଛି । ଅନ୍ୟପଟେ ଗୁଳିମାଡର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଦୁଇ ରାଉଣ୍ଡ ଗୁଳିମାଡ ହୋଇଥିବା କୁହାଯାଇଛି । କିଏ ଏବଂ କେଉଁ ପରିସ୍ଥିତିରେ ତ୍ରିନାଥଙ୍କୁ ହତ୍ୟା କରିଲା ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.