କୋରାପୁଟ: ଫସର ଫାଟିଲା ବଜ୍ରକାପ୍ତା ବିକ୍ରି । କୋରାପୁଟରେ ବଜ୍ରକାପ୍ତା ବିକ୍ରୟ ବେଳେ ଉଦ୍ଧାର କଲା ଏସଟିଏଫ । ଏଥିସହ 3 ଜଣ ଦଲାଲଙ୍କୁ ମଧ୍ୟ ଗିରଫ କରିଛି ଏସଟିଏଫ । ଗୋଟିଏ କାର ଜବତ କରାଯାଇଛି । ଏସଟିଏଫ କେସ ନଂ ୨୦ ତା ୧୪.୦୮.୨୦୨୪ ମାମଲାରେ ବଜ୍ରକାପ୍ତାକୁ ଉଦ୍ଧାର କରି ସେମିଳିଗୁଡା ରେଞ୍ଜ ବନ ଅଧିକାରୀକୁ ଏସଟିଏଫ ହସ୍ତାନ୍ତର କରିଛି । ବଜ୍ରକାପ୍ତା କେଉଁଠାରୁ ଅଣାଯାଇଥିଲା କେଉଁଠିକୁ ଚାଲାଣ କରାଯାଉଥିଲା । ବନ୍ୟଜନ୍ତୁ ରାକେଟ ପଛରେ କିଏ କିଏ ସମ୍ପୃକ୍ତ ରହିଛନ୍ତି ସେସବୁର ତଦନ୍ତ କରୁଛି ଏସଟିଏଫ । ଏସଟିଏଫ ସେମିଳିଗୁଡା ବନ ବିଭାଗକୁ ହସ୍ତାନ୍ତର କରିବା ପରେ ବନ ବିଭାଗ ବଜ୍ରକାପ୍ତାର ଯତ୍ନ ନେଉଛି । ବଜ୍ରକାପ୍ତା ଗୋଟିଏ ରାତ୍ରିଚର ପ୍ରାଣୀ ଓ ସାଧାରଣତଃ ଔଷଧରେ ବ୍ୟବହାର କରିବା ପାଇଁ ଏହାର ଚୋରା ଚାଲାଣ କରାଯାଇଥାଏ ।
ଫସର ଫାଟିଲା ବଜ୍ରକାପ୍ତା ବିକ୍ରି ଯୋଜନା, ମାଡି ବସିଲା STF
Published : Aug 16, 2024, 8:36 PM IST