ଭୁବନେଶ୍ବର: ବିଧାନସଭାରେ ପାରିତ ହୋଇଛି ୯୫ ହଜାର କୋଟି ଟଙ୍କାର ଲେଖାନୁଦାନ ବିଲ୍ । ଏହା ସହ 2024-25 ଆର୍ଥିକ ବର୍ଷର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜି ଶେଷ ହୋଇଛି । ଆଜି ଅଧିବେଶନ ଶେଷରେ ମୁଖ୍ୟମନ୍ତ୍ରୀ ଲେଖାନୁଦାନ ବିଲ ପାରିତ ନେଇ ନିଜର ବକ୍ତବ୍ୟ ରଖିଥିଲେ । ଆସନ୍ତା ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଗତ ୨୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା । ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମଝୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର