ETV Bharat / snippets

ରୁଙ୍ଗଟା କାରଖାନାରେ ପୁଣି ଦୁର୍ଘଟଣା, କୋଲଡ଼ ୱାସିର ପ୍ଳାଣ୍ଟରୁ ପଡି ଇଞ୍ଜିନିୟର ମୃତ- Mishap at Rungta Mines

author img

By ETV Bharat Odisha Team

Published : Jun 28, 2024, 9:50 PM IST

Mishap at Rungta Mines
Mishap at Rungta Mines (ETV Bharat Odisha)

ଢେଙ୍କାନାଳ: ରୁଙ୍ଗଟା କାରଖାନାରେ ପୁଣି ଦୁର୍ଘଟଣା । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଝାଡବନ୍ଧ ରୁଙ୍ଗଟା କମ୍ପାନୀର କୋଲଡ ୱାସରି ପ୍ଲାଣ୍ଟ ଉପରୁ ପଡି ଇଞ୍ଜିନିୟର ମୃତ । ମୃତକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ କୁଚିଳାମଡା ଗାଁର ନନ୍ଦ କିଶୋର ବେହେରା । ଗତକାଲି ରାତିରେ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ବେଳେ 30 ଫୁଟ ଉଚ୍ଚତା ବିଶିଷ୍ଟ କୋଲଡ଼ ୱାସିର ପ୍ଲାଣ୍ଟ ଉପରୁ ଖସିପଡିଥିଲେ । ତାଙ୍କୁ ତୁରନ୍ତ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡ, ଗୋଡ଼, ପଞ୍ଜରାରେ ଗଭିର ଆଘାତ ଲାଗିଥିଲା । ଆଜି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ରୁଙ୍ଗୁଟା କାରଖାନାରେ ବାରମ୍ବାର ଦୁର୍ଘଟଣା ଘଟିବା ଫଳରେ କାରଖାନାର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.