ETV Bharat / snippets

ମୋରମ ଗଦାରେ ମାଡ଼ ହୋଇ ସ୍କୁଟି ଆରୋହୀ ମୃତ

author img

By ETV Bharat Odisha Team

Published : Jun 23, 2024, 12:15 PM IST

KHORDHA ACCIDENT
KHORDHA ACCIDENT (ETV BHARAT ODISHA)

ଖୋର୍ଦ୍ଧା: ରାସ୍ତାକଡରେ ମୋରମ ଗଦାରେ ମାଡ ହୋଇ ସ୍କୁଟ ଚାଳକ ମୃତ । ଏଭଳି ଘଟଣା ଘଟିଛି ବାଘମାରୀ କଣ୍ଟିଲୋ ୪୮ ନମ୍ବର ରାଜ୍ୟ ରାଜପଥରେ । ଠିକାଦାରର ମନମାନୀ ଏବଂ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ରାସ୍ତାରେ ଗଦା ହୋଇଥିବା ମୋରମରେ ମାଡ ହୋଇ ନିରୀହ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ମଳିପଡ଼ା ଅଞ୍ଚଳର ହରେକୃଷ୍ଣ । ସୂଚନା ଅନୁଯାୟୀ, ବାଘମାରୀଠାରୁ ଧଳାପଥର ପର୍ଯ୍ୟନ୍ତ ରାଜ୍ୟ ରାଜପଥରେ ପୂର୍ତ୍ତ ବିଭାଗ ଡିଭିଜନ ପକ୍ଷରୁ ଆରମ୍ଭ ହୋଇଥିଲା ରାସ୍ତା କାର୍ଯ୍ୟ । ଠିକାଦାରର ମନମାନି କାରଣରୁ ରାସ୍ତା ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଆସୁଥିଲା । ଠିକାଦାର ରାସ୍ତାକଡରେ ଦୀର୍ଘ ଦୁଇମାସ ଧରି ମୋରମ ଗଦା ହୋଇ ରହିଥିଲା । ଗତକାଲି ମୃତକ ଜଣଙ୍କ ସ୍କୁଟି ଯୋଗେ କଳାପଥର ଅଭିମୁଖେ ଯାଉଥିବା ବେଳେ ମୋରମରେ ଧକ୍କା ହୋଇ ଗୁରୁତର ଆହତ ହୋଇ ମୃତ୍ୟୁ ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.