ଭୁବନେଶ୍ୱର: ଲୋକସେବା ଭବନର ଉଚ୍ଚଶିକ୍ଷା ବିଭାଗର ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ । ବିଭାଗ ପରିଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ନୂତନ ଶିକ୍ଷା ନୀତି ଅନୁସାରେ ପାଠ୍ୟକ୍ରମ ସହ ଗୁଣାତ୍ମକ ଶିକ୍ଷା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ, କଲେଜ, ୟୁନିଭର୍ସିଟି ଓ କାର୍ଯ୍ୟକାରିତା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ବିଭାଗୀୟ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ । ଉଚ୍ଚଶିକ୍ଷାରେ ନୂତନ ଶିକ୍ଷା ନୀତିକୁ ଆପଣେଇବା, ଏହାର ଗୁଣାତ୍ମକମାନ, ମେଧାବୀ ଓ ଗରିବ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ବୃତ୍ତି ରାଶି ବୃଦ୍ଧି, ବୈଷୟିକ ଜ୍ଞାନକୌଶଳ ଜରିଆରେ ଶୈକ୍ଷିକ ବ୍ୟବସ୍ଥାର ପରିଚାଳନା ଓ ପ୍ରୋତ୍ସାହନ ଯୋଗାଇ ଦେବାକୁ ସରକାର ସଙ୍କଳ୍ପବଦ୍ଧ ବୋଲି ମନ୍ତ୍ରୀ କହିଥିଲେ ।
ଇଟିଭି ଭାରତ, ଭୁବନେଶ୍ୱର