ETV Bharat / snippets

କ୍ଷେତରେ କାମ କରୁଥିବା ବେଳେ ବଜ୍ରାଘାତରେ ଟଳିପଡିଲେ ଚାଷୀ - Farmer Died

କ୍ଷେତରେ କାମ କରୁଥିବା ବେଳେ ବଜ୍ରାଘାତରେ ଚାଷୀ ମୃତ
କ୍ଷେତରେ କାମ କରୁଥିବା ବେଳେ ବଜ୍ରାଘାତରେ ଚାଷୀ ମୃତ (ETV Bharat Odisha)
author img

By ETV Bharat Odisha Team

Published : Jun 1, 2024, 10:59 PM IST

ଭବାନୀପାଟଣା: କିଛି ଧରି ଗ୍ରୀଷ୍ମପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଫଳରେ ଲୋକେ ତାତିରୁ ଟିକିଏ ଆଶ୍ୱସ୍ତି ପାଇଛନ୍ତି । ମାତ୍ର ବର୍ଷା ବେଳେ ବଜ୍ରପାତରେ ଜଣେ ଚାଷୀଙ୍କ ଜୀବନ ଯାଇଛି । ମୃତ ଚାଷୀଙ୍କ ନାମ ସଚିନ ମାଝୀ ଓ ତାଙ୍କ ଘର କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଘଣ୍ଟବାହାଲି ଗାଁରେ । ସଚିନ ନିଜ କ୍ଷେତରେ କାମ କରୁଥିବା ସମୟରେ ବଜ୍ରାଘାତ ହୋଇଥିଲା । ଫଳରେ ନିଜ ଚାଷ ଜମିରେ ହିଁ ସେ ଟଳି ପଡ଼ିଥିଲେ । ଖବର ପାଇ ପରିବାର ସଦସ୍ୟ ଓ ଗ୍ରାମବାସୀ ପହଞ୍ଚି ଉଦ୍ଧାର କରିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ସେପଟେ ଗୋଟିଏ ମାସ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଏକାଧିକ ସ୍ଥାନରେ ବଜ୍ରାଘାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.