ETV Bharat / snippets

ପୁରୀ ବାଣ ଟ୍ରାଜେଡି: ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି

author img

By ETV Bharat Odisha Team

Published : Jun 1, 2024, 9:44 PM IST

Death Toll Rises In Puri Explosion
Death Toll Rises In Puri Explosion (ETV Bharat Odisha)

Death Toll Rises In Puri Explosion: ପୁରୀ: ପୁରୀ ବାଣ ବିସ୍ଫୋରଣରେ ଲିଭିଯାଇଛି ଆଉ ଏକ ଜୀବନ ଦୀପ । ଏହା ଫଳରେ ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଏକ ପ୍ରେସ ରିଲିଜ ଜରିଆରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଏସଆରସି ସୂଚନା ଦେଇଛନ୍ତି । ଏହି ଅଘଟଣରେ ଆହତ ହୋଇଥିବା ୨୧ ଜଣ ବ୍ୟକ୍ତି ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଘଟଣା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନଜର ରଖାଯାଇଛି ବୋଲି ଏସଆରସି ପକ୍ଷରୁ ଚିଠି କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.