ETV Bharat / snippets

ଉଠିଲା ଦିନ କର୍ଫ୍ୟୁ, ମାଇକ୍ରୋ ପିସ୍‌ କମିଟି ଗଠନକୁ ଗୁରୁତ୍ୱ

author img

By ETV Bharat Odisha Team

Published : Jun 26, 2024, 7:34 AM IST

ଉଠିଲା ଦିନ କର୍ଫ୍ୟୁ, ମାଇକ୍ରୋ ପିସ୍‌ କମିଟି ଗଠନକୁ ଗୁରୁତ୍ୱ
ଉଠିଲା ଦିନ କର୍ଫ୍ୟୁ, ମାଇକ୍ରୋ ପିସ୍‌ କମିଟି ଗଠନକୁ ଗୁରୁତ୍ୱ (ETV Bharat Odisha)

ବାଲେଶ୍ବର: ହିଂସା ପ୍ରଭାବିତ ବାଲେଶ୍ବର ପୌରାଞ୍ଚଳରେ କ୍ରମଶଃ ସ୍ବାଭାବିକ ହେଉଛି ସ୍ଥିତି । ସ୍ଥିତି ସମୀକ୍ଷା ପରେ ସ୍ଥାନୀୟ ପ୍ରଶାସନ ଜାରି କରିଥିବା କର୍ଫ୍ୟୁ କୋହଳ କରିବା ସହ ନୂଆ ଗାଇଡଲାଇନ ଜାରି କରିଛି । ବାଲେଶ୍ଵର ପୌରାଞ୍ଚଳରୁ ଦିନ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଇଛି । କେବଳ ରାତ୍ରି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବା ନେଇ ନିଷ୍ପତ୍ତି ହୋଇଛି । ଏହାସହ ଶାନ୍ତି ଫେରାଇବା ପାଇଁ କ୍ଷୁଦ୍ର ଶାନ୍ତି କମିଟି ଗଠନ କରିବା ଦିଗରେ ମଧ୍ୟ ପ୍ରଶାସନ ଚିନ୍ତା କରୁଛି । ଏହାସହ ହିଂସା ଘଟଣାରେ ଯେଉଁମାନେ ସମ୍ପୃକ୍ତ, ସେମାନେ ଥାନାରେ ଆତ୍ମସମର୍ପଣ କରନ୍ତୁ ବୋଲି ମଧ୍ୟ ପ୍ରଶାସନ କହିଛି । ଗତକାଲି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ସାଗରିକା ନାଥ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.