ETV Bharat / snippets

କର୍ଲାପାଟ ଅଭୟାରଣ୍ୟରୁ 7 ଶିକାରୀ ଗିରଫ, ହରିଣ ଶିଙ୍ଗ ସହ ୭ ବନ୍ଧୁକ ଜବତ

author img

By ETV Bharat Odisha Team

Published : Jun 20, 2024, 10:32 AM IST

କର୍ଲାପାଟ ଅଭୟାରଣ୍ୟରୁ 7 ଶିକାରୀ ଗିରଫ, ହରିଣ ଶିଙ୍ଗ ସହ ୭ ବନ୍ଧୁକ ଜବତ
କର୍ଲାପାଟ ଅଭୟାରଣ୍ୟରୁ 7 ଶିକାରୀ ଗିରଫ, ହରିଣ ଶିଙ୍ଗ ସହ ୭ ବନ୍ଧୁକ ଜବତ (ETV Bharat Odisha)

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟରୁ ଏକ ବଡ ଶିକାରୀ ରାକେଟକୁ ଧରିଛି ବନ ବିଭାଗ । 7ଜଣ ଶିକାରୀଙ୍କୁ ଗିରଫ କରିବା ସହ ଏକ ହରିଣ ଶିଙ୍ଗ ଓ ଶିକାରରେ ବ୍ୟବହୃତ 7ଟି ଦେଶୀ ବନ୍ଧୁକକୁ ବନ ଟିମ୍‌ ଜବତ କରିଛି । ଗତକାଲି ବିଳମ୍ବିତ ରାତିରେ ଅଭ୍ୟୟାରଣ୍ୟ ମଧ୍ୟରେ ଶିକାରୀ ଗତିବିଧି ନେଇ ସୂଚନା ମିଳିବା ପରେ ବନ ବିଭାଗ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଶିକାର ଉଦ୍ଦେଶ୍ୟରେ ମାରଣାସ୍ତ୍ର ଧରି ବାହାରିଥିବା ଏକ ଶିକାରୀ ଦଳକୁ ବନ ଟିମ ଗିରଫ କରିଥିଲା । ସେମାନଙ୍କୁ ନିକଟରୁ ହରିଣ ଶିଙ୍ଗ ଓ ଟାଙ୍ଗିଆ, ବନ୍ଧୁକ ପରି ଏକାଧିକ ମାରଣାସ୍ତ୍ର ଜବତ ହୋଇଛି । ଅଭିଯୁକ୍ତମାନେ ନାକଝରୀ ଗାଁର ରାଇଧର ମାଝୀ, ଅରକ୍ଷିତ ମାଝୀ, କାଦୋପଦର୍ ଗାଁର ଗଣେଶ ଦଣ୍ଡସେନା ଓ ଅଭି ମାଝୀ, ରାଇମନ୍ ମାଝୀ, ମୁନି ମାଝୀ, ଲକ୍ଷ୍ମଣ ମାଝୀ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.