ସମ୍ବଲପୁର: ହୀରାକୁଦ ଖୋଲିଲା 14ଟି ଗେଟ୍ । ହୀରାକୁଦ ଡ୍ୟାମର ବାମ ପାର୍ଶ୍ଵରୁ 9ଟି ଓ ଡାହାଣ ପାର୍ଶ୍ଵରୁ 5ଟି ଗେଟ ବନ୍ୟା ଜଳ ନିଷ୍କାସନ ପାଇଁ ଖୋଲାଯାଇଛି । ଏନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି l ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଗେଟ ଖୋଲା ଯାଇଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର 621.21 ଫୁଟ ରହିଛି l ଏହି ସମୟ ମଧ୍ୟରେ ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରୁ ସେକେଣ୍ଡ ପ୍ରତି 2,02,232 କ୍ୟୁସେକ ବନ୍ୟା ଜଳ ଡ୍ୟାମକୁ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ମହାନଦୀକୁ 14ଟି ଗେଟ ଜରିଆରେ ବନ୍ୟା ଜଳ ନିଷ୍କାସନ କରାଯାଉଛି l
ଇଟିଭି ଭାରତ, ସମ୍ବଲପୁର
ଖୋଲିଲା ହୀରାକୁଦର 14 ଗେଟ୍
Published : Aug 24, 2024, 7:44 PM IST